Masthead

ମୁହଁ ଖୋଲିଲେ ଚିତ୍ରକୋଣ୍ଡା ବିଡିଓ

ଇକୋ ପାର୍କକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଉଦ୍ୟମ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଚିତ୍ରକୋଣ୍ଡା ବିଡିଓ ଲରିମନ ଖର୍ସେଲଙ୍କ ଏକ ଆଲବମ ଭିଡିଓକୁ ନେଇ ଦୁଇଦିନ ହେବ ଚର୍ଚ୍ଚା ଜୋର ଧରିଥିଲା । ଲରିମନ କ୍ଷମତାର ଅପବ୍ୟବହାର କରୁଥିବା ଅଭିଯୋଗ ହେଉଥିଲା । ଦୁଇଦିନ ପରେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବିଡିଓ । ‘ମୋ ବିରୋଧରେ ମିଥ୍ୟା ଗୁଜବ ପ୍ରଚାର କରାଯାଉଛି । ମୁଁ କ୍ଷମତାର ଅପବ୍ୟବହାର କରୁନାହିଁ । ସାରା ଓଡ଼ିଶାର ଲୋକଙ୍କ ନିକଟରେ ଚିତ୍ରକୋଣ୍ଡାର ସୌନ୍ଦର୍ଯ୍ୟକୁ ପହଞ୍ଚାଇବା ଏବଂ ଇକୋ ପାର୍କକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଲାଗି ମୁଁ ଏହି ଆଲବମଟି ଅବସର ସମୟରେ ବନେଇଛି । ଇକୋ ପାର୍କର ସୌନ୍ଦର୍ଯ୍ୟ ଦେଖିବା ପରେ ଜାତୀୟ ନିର୍ଦ୍ଦେଶକମାନଙ୍କ ସୁଅ ଛୁଟିବ’ ବୋଲି ସେ କହିଛନ୍ତି ।
ଚିତ୍ରକୋଣ୍ଡା ବ୍ଲକର ଧୂଳିପୁଟ ଭଳି ମାଓ ଇଲାକାରେ ପ୍ରଥମେ ଜଣେ ପ୍ରଶାସନିକ ଅଧିକାରୀ ଭାବେ ପହଞ୍ôଚ ଚର୍ଚ୍ଚାରେ ରହିଥିଲେ ଲରିମନ । ଏମଜିଏନଆରଜିଏସ କାମ ବିଛିନ୍ନାଞ୍ଚଳରେ ପ୍ରଥମଥର ଲାଗି କରାଇଥିଲେ ଲରିମନ । ଅଳ୍ପଦିନରେ ସେ ସ୍ଥାନୀୟ ଲୋକଙ୍କ ହୃଦୟ ଜିତିପାରିଥିଲେ । ମନ୍ଦ ଉଦ୍ଦେଶ୍ୟ ରଖି କିଛିଲୋକ ବିଡିଓଙ୍କ ବିରୋଧରେ ମିଥ୍ୟା ଗୁଜବ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏନଡିଏ ବୈଠକ ମୋଦିଙ୍କ ହୁଙ୍କାର 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ଏନଡିଏ ବୈଠକ ମୋଦିଙ୍କ ହୁଙ୍କାର 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ