ବିକ୍ରି ହେବ ବିଜୁଙ୍କ ସ୍ମୃତି, ଚୁପ ବସିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦେଶରେ ଚାଲିଛି ଘରୋଇକରଣ ସ୍କିମ୍ । ଅନେକ ସରକାରୀ ଅନୁଷ୍ଠାନକୁ ଘରୋଇ ହାତକୁ ଟେକି ଦେଉଛନ୍ତି କେନ୍ଦ୍ର ସରକାର । ଠିକ୍ ସେମିତି ଓଡ଼ିଶାର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓ ପାରାଦୀପ ବନ୍ଦର ବି ଯିବ ଘରୋଇ ସଂସ୍ଥା ହାତକୁ । ଗୋଟିଏ ଅନୁଷ୍ଠାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ନାଁରେ, ଆଉ ଗୋଟିଏ ବିଜୁ ବାବୁଙ୍କ ଅବଦାନ । ପାରାଦୀପ ପୋର୍ଟ ସରକାରଙ୍କ ହାତରୁ ଯିବ । ଘରୋଇ ସଂସ୍ଥା ହାତକୁ ଚାଲଯିବ । ୟେ ସେହି ପରାଦୀପ ପୋର୍ଟ ଯାହା ବିଜୁ ବାବୁଙ୍କ ପ୍ରଥମ ଦଫା ମୁଖ୍ୟମନ୍ତ୍ରୀତ୍ୱ ବେଳେ କାର୍ଯ୍ୟକ୍ଷମ ହୋଇଥିଲା ।

ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ୍ ନେହେରୁ ଏହାର ଶୁଭ ଦେଇଥିଲେ । ଏସିଆ ମହାଦେଶର ଏକ ପ୍ରମୁଖ ବନ୍ଦର ହେଉଛି ପାରାଦୀପ । ଏପିରିକି ଏହା ସରକାରଙ୍କୁ ଲାଭ ମଧ୍ୟ ଦେଉଛି ତଥାପି ପାରାଦୀପ ବନ୍ଦରର ଘରୋଇକରଣ ପାଇଁ ନିଷ୍ପତ୍ତି ନେଇଛି କେନ୍ଦ୍ର । ଖାଲି ପାରାଦୀପ ବନ୍ଦର ନୁହେଁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଏୟାରପୋର୍ଟ ବି ଘରୋଇ ସଂସ୍ଥା ହାତକୁ ଚାଲିଯିବ । ସବୁଠାରୁ ବଡ଼ କଥା ହେଉଛି କେନ୍ଦ୍ରର ଏହି ନିଷ୍ପତ୍ତି ବିରୋଧରେ ଓଡ଼ିଶା ସରକାର ମୁହଁ ଖୋଲୁ ନାହାନ୍ତି । ଏପିରିକି ବିଜୁ ବାବୁଙ୍କ ନାଁରେ ଗଠିତ ଦଳ ବିଜୁ ଜନତା ଦଳ ଏଠି ଶାସନରେ, କିନ୍ତୁ ବିଜୁଙ୍କ ସ୍ମୃତି ବହନ କରୁଥିବା ପାରାଦୀପ ପୋର୍ଟର ଘରୋଇକରଣ ବିରୋଧରେ କୌଣସି ପ୍ରତିବାଦ ନାହିଁ ।

ବିଜୁଙ୍କ ପୁଅ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ପ୍ରତିକ୍ରିୟା ବି ପ୍ରକାଶ ନ କରିବା ଆଶ୍ଚର୍ଯ୍ୟ ଲାଗୁଛି । ବିଭିନ୍ନ ପ୍ରସଙ୍ଗରେ ବିଜେଡି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଆସୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରୁଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଏତେ ବଡ ନିଷ୍ପତ୍ତି ବିରୋଧରେ କୌଣସି ରିଆକ୍ସନ ଆସୁନି । ଏଥିରୁ ଏହା ବୁଝିବା କି, ପାରାଦୀପ ପୋର୍ଟ ଓ ଭୁବନେଶ୍ୱର ଏୟାରପୋର୍ଟ, ଯାହା ବିଜୁ ବାବୁଙ୍କ ସ୍ମୃତି, ତାହାର ଘରୋଇକରଣକୁ ନେଇ ବିଜେଡି ବା ଓଡିଶା ସରକାରଙ୍କ କୌଣସି ଆପତ୍ତି ନାହିଁ ? ଲାଭରେ ଚାଲୁଥିବା ପାରାଦୀପ ପୋର୍ଟ କାହିଁକିି ଘରୋଇ ସଂସ୍ଥା ହାତକୁ ଯିବ ସେ ନେଇ କେହି ପଦୁଟେ ପ୍ରଶ୍ନ ବି କରୁନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର