Masthead

ବିକ୍ରି ହେବ ବିଜୁଙ୍କ ସ୍ମୃତି, ଚୁପ ବସିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦେଶରେ ଚାଲିଛି ଘରୋଇକରଣ ସ୍କିମ୍ । ଅନେକ ସରକାରୀ ଅନୁଷ୍ଠାନକୁ ଘରୋଇ ହାତକୁ ଟେକି ଦେଉଛନ୍ତି କେନ୍ଦ୍ର ସରକାର । ଠିକ୍ ସେମିତି ଓଡ଼ିଶାର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓ ପାରାଦୀପ ବନ୍ଦର ବି ଯିବ ଘରୋଇ ସଂସ୍ଥା ହାତକୁ । ଗୋଟିଏ ଅନୁଷ୍ଠାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ନାଁରେ, ଆଉ ଗୋଟିଏ ବିଜୁ ବାବୁଙ୍କ ଅବଦାନ । ପାରାଦୀପ ପୋର୍ଟ ସରକାରଙ୍କ ହାତରୁ ଯିବ । ଘରୋଇ ସଂସ୍ଥା ହାତକୁ ଚାଲଯିବ । ୟେ ସେହି ପରାଦୀପ ପୋର୍ଟ ଯାହା ବିଜୁ ବାବୁଙ୍କ ପ୍ରଥମ ଦଫା ମୁଖ୍ୟମନ୍ତ୍ରୀତ୍ୱ ବେଳେ କାର୍ଯ୍ୟକ୍ଷମ ହୋଇଥିଲା ।

ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ୍ ନେହେରୁ ଏହାର ଶୁଭ ଦେଇଥିଲେ । ଏସିଆ ମହାଦେଶର ଏକ ପ୍ରମୁଖ ବନ୍ଦର ହେଉଛି ପାରାଦୀପ । ଏପିରିକି ଏହା ସରକାରଙ୍କୁ ଲାଭ ମଧ୍ୟ ଦେଉଛି ତଥାପି ପାରାଦୀପ ବନ୍ଦରର ଘରୋଇକରଣ ପାଇଁ ନିଷ୍ପତ୍ତି ନେଇଛି କେନ୍ଦ୍ର । ଖାଲି ପାରାଦୀପ ବନ୍ଦର ନୁହେଁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଏୟାରପୋର୍ଟ ବି ଘରୋଇ ସଂସ୍ଥା ହାତକୁ ଚାଲିଯିବ । ସବୁଠାରୁ ବଡ଼ କଥା ହେଉଛି କେନ୍ଦ୍ରର ଏହି ନିଷ୍ପତ୍ତି ବିରୋଧରେ ଓଡ଼ିଶା ସରକାର ମୁହଁ ଖୋଲୁ ନାହାନ୍ତି । ଏପିରିକି ବିଜୁ ବାବୁଙ୍କ ନାଁରେ ଗଠିତ ଦଳ ବିଜୁ ଜନତା ଦଳ ଏଠି ଶାସନରେ, କିନ୍ତୁ ବିଜୁଙ୍କ ସ୍ମୃତି ବହନ କରୁଥିବା ପାରାଦୀପ ପୋର୍ଟର ଘରୋଇକରଣ ବିରୋଧରେ କୌଣସି ପ୍ରତିବାଦ ନାହିଁ ।

ବିଜୁଙ୍କ ପୁଅ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ପ୍ରତିକ୍ରିୟା ବି ପ୍ରକାଶ ନ କରିବା ଆଶ୍ଚର୍ଯ୍ୟ ଲାଗୁଛି । ବିଭିନ୍ନ ପ୍ରସଙ୍ଗରେ ବିଜେଡି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଆସୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରୁଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଏତେ ବଡ ନିଷ୍ପତ୍ତି ବିରୋଧରେ କୌଣସି ରିଆକ୍ସନ ଆସୁନି । ଏଥିରୁ ଏହା ବୁଝିବା କି, ପାରାଦୀପ ପୋର୍ଟ ଓ ଭୁବନେଶ୍ୱର ଏୟାରପୋର୍ଟ, ଯାହା ବିଜୁ ବାବୁଙ୍କ ସ୍ମୃତି, ତାହାର ଘରୋଇକରଣକୁ ନେଇ ବିଜେଡି ବା ଓଡିଶା ସରକାରଙ୍କ କୌଣସି ଆପତ୍ତି ନାହିଁ ? ଲାଭରେ ଚାଲୁଥିବା ପାରାଦୀପ ପୋର୍ଟ କାହିଁକିି ଘରୋଇ ସଂସ୍ଥା ହାତକୁ ଯିବ ସେ ନେଇ କେହି ପଦୁଟେ ପ୍ରଶ୍ନ ବି କରୁନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର