ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡ ଆକ୍ଟ୍ରେସ ପରିଣିତି ଚୋପ୍ରା ନିଜ ବିୟୁଟି ଆଣ୍ଡ ଆକ୍ଟିଙ୍ଗରେ ଦର୍ଶକଙ୍କ ମନରେ ଏକ ଭିନ୍ନ ପରିଚୟ ତିଆରି କରିଛନ୍ତି । ଅନେକ ସୁପରହିଟ ମୁଭି ଇଣ୍ଡଷ୍ଟ୍ରିକୁ ଭେଟି ଦେଇ ଦର୍ଶକଙ୍କ ଅନେକ ଭଲପାଇବା ସାଉଁଟିଛନ୍ତି ପରିଣିତି । ବର୍ତ୍ତମାନ ତାଙ୍କ ଅପକମିଙ୍ଗ୍ ପ୍ରୋଜେକ୍ଟକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ବି ଟାଉନ୍ର ଅନେକ ନାମୀ ଦାମୀ ସୁପରଷ୍ଟାରଙ୍କ ସହ ଅଭିନୟ କରିବା ପରେ ସେ ଏବେ ତାଙ୍କ ଅପକମିଙ୍ଗ୍ ଫିଲ୍ମରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି ।

ସେଥିପାଇଁ ଖୁସିରେ ତାଙ୍କ ପାଦ ଆଉ ତଳେ ଲାଗୁନାହିଁ । ବଲିଉଡ ଡିରେକ୍ଟର ସୁରଜ ବଡଜାତ୍ୟାଙ୍କ ଅପକମିଙ୍ଗ ଫିଲ୍ମ ଉଞ୍ଚାଇ ରେ ଦେଖିବାକୁ ମିଳିବେ ପରିଣିତି । ସବୁଠାରୁ ବଡ଼ କଥା ହେଲା ସେ ଫିଲ୍ମରେ ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିବେ । ଫଲ୍ମରେ ପରିଣିତିଙ୍କ ଭୂମିକା ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହେବ । ସୂଚନା ଅନୁସାରେ ଏହି ଫଲ୍ମ ପାଇଁ ଏବେ ପରିଣିତିଙ୍କ ସହ ସମ୍ପର୍କ କରାଯାଇଛି । ଯଦି ସବୁକିଛି ଠିକ୍ ରୁହେ ତେବେ ସେ ଖୁବ୍ ଶୀଘ୍ର ଏହି ଫିଲ୍ମ ପାଇଁ ସୁଟିଂ ଆରମ୍ଭ କରି ପାରନ୍ତି । ଏହି ଫିଲ୍ମର କାହାଣୀକୁ ସୁରଜ ବଡଜାତ୍ୟା ନିଜେ ଲେଖିଛନ୍ତି । ଅମିତାଭ ଓ ପରିଣିତିଙ୍କ ବ୍ୟତୀତ ଏହି ଫିଲ୍ମରେ ଅନୁପମ୍ ଖେର୍, ନୀନା ଗୁପ୍ତା, ବୋମନ୍ ଇରାନୀଙ୍କୁ ଦେଖିବାକୁ ପାଇବେ ଦର୍ଶକ ।

ତେବେ ରିସେଣ୍ଟଲି ପରିଣିତିଙ୍କ ମୁଭି ସୁଧ୍ ଦେଶୀ ରୋମାନ୍ସ ୮ ଇୟରସ୍ କମ୍ପଲିଟ୍ କରିଛି ସିନେ ଇଣ୍ଡଷ୍ଟ୍ରିରେ । ଏହି ବିଶେଷ ଦିନକୁ ସେଲିବ୍ରେଟ କରିଛନ୍ତି ପରିଣିତି । ତାଙ୍କ ଇନଷ୍ଟାଗ୍ରାମ୍ରେ ସେ ମୁଭିର କିଛି ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟ ସେୟାର କରି ସେ କ୍ୟାପସନରେ ତାଙ୍କ କୋ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କୁ ମନେପକାଇଛନ୍ତି । ଏହି ମୁଭିରେ ପରିଣିତି ଓ ଶୁସାନ୍ତଙ୍କ କେମେଷ୍ଟ୍ରି ସୁପରହିଟ୍ ହୋଇଥିବା ବେଳେ ଏବେ ବି ଏହି ଯୋଡିଙ୍କୁ ଭୂଲିପାରି ନାହାଁନ୍ତି ଦର୍ଶକ । ତେବେ ପରିଣିତି ଶେଷଥର ପାଇଁ ଅର୍ଜୁନ କପୂରଙ୍କ ସହ ସନ୍ଦିପ ଔର ପିଙ୍କି ଫରାରରେ ନଜର ଆସିଥିଲେ । ଓଟିଟି ପ୍ଲାଟଫର୍ମରେ ଏହି ମୁଭି ରିଲିଜ ହୋଇଥିବା ବେଳେ ଅଡିୟନ୍ସ ଏହାକୁ କାଫି ପସନ୍ଦ କରିଥିଲେ । ଆଗକୁ ପରିଣିତି ରିବୁ ଦାସଗୁପ୍ତା ଙ୍କ ଅପକମିଙ୍ଗ ଫିଲ୍ମ ପାଇଁ ମଧ୍ୟ ପ୍ରିପେୟାର ହେଉଛନ୍ତି । ତାଙ୍କ ଅପକମିଙ୍ଗ ମୁଭିକୁ ନେଇ ଫ୍ୟାନ୍ସ ମାନେ ବି ଏବେ ବେଶ୍ ଏକ୍ସାଇଟେଡ ହୋଇ ରହିଛନ୍ତି ।

 

Leave a Reply

Your email address will not be published. Required fields are marked *