Masthead

ମାତିଲେ ଲୁଟେରା, କାନ କାଟି ଲୁଟିନେଲେ ମୋବାଇଲ

ବାଲୁଗାଁ (ବଡ଼ ଖବର ବ୍ୟୁରୋ): ବାଲୁଗାଁ ବାଇପାସରେ ପୁଣିଥରେ ମାତିଛନ୍ତି ଲୁଟେରା । ଡ୍ରାଇଭରର କାନ କାଟି ଲୁଟିନେଲେ ମୋବଇଲ ଓ ଗାଡ଼ି ଚାବି। ସୂଚନା ମୁତାବକ ଗତକାଲି ରାତିରେ କଟକରୁ ଫ୍ଲିପକାର୍ଟ କୋରିଅର ଜିନିଷ ନେଇ ଡ୍ରାଇଭର ପ୍ରଦୀପ ସାହୁ ଗାଡ଼ିରେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ। ଅପରାହ୍ନରେ ଫେରୁଥିବା ବେଳେ ବାଣପୁର ବାଇପାସ ମଠପାଟଣା ଛକଠାରେ ଦୁଇ ଜଣ ଯୁବକ ପ୍ରଦୀପଙ୍କୁ ଲିଫ୍ଟ ମାଗିଥିଲେ। ପ୍ରଦୀପ ଗାଡ଼ି ଅଟକାଇବାରୁ ହଠାତ ଆଉ ତିନି ଜଣ ଯୁବକ ଏକାଠି ହୋଇଥିଲେ ।

ସମୁଦାୟ ୫ ଜଣ ଯୁବକ ପ୍ରଦୀପଙ୍କୁ ଅତର୍କିତ ଆକ୍ରମଣ କରଥିଲେ। ଏପରିକି ଛୁରାରେ ତାଙ୍କ କାନ କାଟିଦେବା ସହ ଛାତିରେ ଆକ୍ରମଣ କରି ତାଙ୍କ ଗାଡ଼ି ଚାବି ଓ ମୋବଇଲ ନେଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ଖବର ପାଇ ବାଣପୁର ପୋଲିସ ଓ ନାଭାଲ ଫାଣ୍ଡି ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଅଧିକ ତଦନ୍ତ ଚଳାଇଛି । ୨ ଜଣ ଯୁବକଙ୍କୁ ଅଟକ ରଖିଥିବା ବେଳେ ଆଉ ୩ ଜଣ ଫେରାର ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼