Masthead

ଜିଦରେ ଅଟଳ ସରକାର, ବଢ଼ିବନି ମୂର୍ତ୍ତି ଉଚ୍ଚତା

କଟକ(ବଡ଼ ଖବର ବ୍ୟୁରୋ): ପାର୍ବଣ ଋତୁ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । କଟକିଆଙ୍କର ଦୀର୍ଘ ଦିନ ଧରି ରହିଥିବା ଦାବିକୁ ଶୁଣିନାହାନ୍ତି ରାଜ୍ୟ ସରକାର । ମୂର୍ତ୍ତିର ଉଚ୍ଚତାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିଲା । ଏନେଇ କଟକରେ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ବିରୋଧ କରି ଅଭିନବ ଉପାୟରେ ବର୍ଷାରେ ଆଣ୍ଠେଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ମଧ୍ୟ କରାଯାଇଥିଲା ।

ସେପଟେ କିଛିଦିନ ତଳେ କଟକର ଏକ ପ୍ରତିନିଧୀ ଦଳ ରାଜ୍ୟ ସରକାରଙ୍କୁ ଦେଖା କରି ମୂର୍ତ୍ତି ଉଚ୍ଚତା ସଂକ୍ରାନ୍ତରେ ଆଲୋଚନା ମଧ୍ୟ କରିଥିଲେ । ଏନେଇ ସରକାର ଦୁଇ ଦିନ ଭିତରେ ନିଷ୍ପତ୍ତି ନେବେ ବୋଲି ବି ସୂଚନା ଦେଇଥିଲେ । ମୌସୁମୀ ଅଧିବେଶନରେ ବାରବାଟି କଟକ ବିଧାୟକ ମହମ୍ମଦ ମୋକିମ ମଧ୍ୟ ମୂର୍ତ୍ତି ଉଚ୍ଚତାକୁ ନେଇ ପ୍ରସଙ୍ଗ ଉଠାଇଥିଲେ । ରାଜ୍ୟ ସରକାର ମୂର୍ତ୍ତି ଉଚ୍ଚତା ଓ ମା’ଙ୍କ ମୂର୍ତ୍ତି ସାମ୍ନାରେ ପରଦା ଟାଣି ପୂଜା କରିବାକୁ ସମ୍ପର୍କରେ ସରକାର ବିଚାର କରିବାକୁ ଉଚିତ ବୋଲି ଗୃହରେ ଦାବି ରଖିଥିଲେ ।

କିନ୍ତୁ ଆଜି ଏସଆରସି ଏକ ପ୍ରେସମିଟ କରି ମୂର୍ତ୍ତି ଉଚ୍ଚତାକୁ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ସରକାର ନିଜ ପୂର୍ବ ନିଷ୍ପତ୍ତିରେ ଅଟଳ ରହିଛନ୍ତି । କଟକିଆଙ୍କ ଦାବି ନଶୁଣି ମୂର୍ତ୍ତି ଉଚ୍ଚତା ପୂର୍ବ ଭଳି ୪ଫୁଟ ରହିବ ବୋଲି ସିଧାସଳଖ କହିଛନ୍ତି ରାଜ୍ୟ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ