Masthead

ନକଲି ସାର ବିକ୍ରି ଅଭିଯୋଗ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ବ୍ଲକରେ ନକଲି ସାରର ବିକ୍ରି ଅଭିଯୋଗ । ଫାଣ୍ଡି ଅଧିକାରୀ ଓ କୃଷୀ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ଚାଷୀ । ଚାନ୍ଦବାଲି ବ୍ଲକରେ ସାରର ଅଭାବି ବିକ୍ରି ପାଇଁ ଏବେ ବହୁଳ ମାତ୍ରାରେ ବଢ଼ି ଚାଲିଛି ସାରର କଳା ବଜାରି। କିଛି ଅସାଧୁ ବ୍ୟବସାୟୀ ନକଲି ସାର ଆଣି ଚାଷୀମାନଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ଅଞ୍ଚଳରେ ଥିବା ସମବାୟ ସମିତିମାନଙ୍କରେ ସାରର ଘୋର ଅଭାବ ପରିଲଖିତ ହେଉଥିବାବେଳେ ନକଲି ସାର ଏବେ ଚାଷୀ ମାନଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଚାଷୀମାନେ ସାର ଦୋକାନୀ ମାନଙ୍କ ଠାରୁ ସାରକୁ ନେଇ ଓଜନ କରିବା ପରେ ଡିଏପି ୫୦କିଗ୍ରା ପରିବର୍ତ୍ତେ୫୨.୫୦୦କିଗ୍ରା ହୋଇଥିଲା। ଏହି ସାରକୁ ଚାଷୀମାନେ ବିଲରେ ପକାଇବା ପରେ ପାଣିରେ ତାହା ନମିଳେଇବା ସହ ଧାନଗଛ ମୂଳରେ ପଡ଼ି ରହିବା ସହ କିଛି ସ୍ଥାନରେ ଧାନଗଛ ମରି ଯାଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ।

ଏଥିନେଇ କରଞ୍ଜମାଳ ଓ ମଉସୁଧା ପଞ୍ଚାୟତର ଚାଷୀମାନେ ଫାଣ୍ଡି ଅଧିକାରୀ ଓ ଚାନ୍ଦବାଲି ବ୍ଲକ କୃଷି ସପ୍ରସାରଣ ଅଧିକାରଙ୍କ ଅବଗତ ନିମନ୍ତେ ଜଣାଇବା ସହ ନକଲି ସାର ଦୋକାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କୁ ତାଙ୍କର ପ୍ରାପ୍ୟ ଏବଂ ମରିଥିବା ଧାନ କ୍ଷତିପୁରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ