ଭୁଲଥିଲା କି ଆମେରିକାର ଏୟାରଷ୍ଟ୍ରାଇକ୍ !

କାବୁଲ(ବଡ଼ ଖବର ବ୍ୟୁରୋ) :     କାବୁଲ ବିମାନବନ୍ଦରରେ ହୋଇଥିବା ବିଷ୍ଫୋରଣ ପଛରେ ଆଇଏସ ଆତଙ୍କବାଦୀର ହାତ ରହିଥିବା ନେଇ ଜଣାପଡିଥିଲା । ଆଉ ଏହି ବିଷ୍ଫୋରଣ ପରେ ଆମେରିକା ଏୟାରଷ୍ଟ୍ରାଇକ କରିଥିଲା । ତେବେ ଆମେରିକାର ଏୟାରଷ୍ଟ୍ରାଇକ ପରେ ଆଇଏସ ଖୋରାସାନର ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ନେଇ ସୂଚନା ମିଳିଥିଲା ।

ହେଲେ ଏବେ ଆମେରିକା ଆତଙ୍କବାଦୀଙ୍କୁ ଜାଣିବାରେ ଭୁଲ କରିଥିବା ନେଇ ରିପୋର୍ଟରେ ଦାବି କରିଛି । ଆମେରିକାର ଦାବି ଅନୁଯାଇ ହୋଇଥିବା ଏୟାରଷ୍ଟ୍ରାଇକରେ ନୀରିହ ଲୋକ ପ୍ରାଣ ହରାଇଛନ୍ତି । ଆମେରିକା ଅଗଷ୍ଟ ୨୯ରେ ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରିଥିଲା । ତେବେ ଆମେରିକା ଖୋରାସାନ୍ ଆତଙ୍କବାଦୀଙ୍କୁ ମାରିବା ବଦଳରେ ଭୁଲରେ ନିଜର ସହାୟତା କର୍ମଚାରିଙ୍କୁ ଟାର୍ଗେଟ କରିଥିଲା ।

ଏ ନେଇ ନିୟୁର୍କ ଟାଇମ୍ସର ରିପୋର୍ଟରୁ ଜଣାପଡିଛି । ତେବେ ଏଫିପି କହିବା ଅନୁଯାଇ, ଏଜମାରାଇ ଅହମଦି ଥିଲେ କାଲିଫର୍ଣ୍ଣିଆ ସହାୟତା ସଂସ୍ଥାନର ଜଣେ ବୈଦ୍ୟୁତୁକ ଯନ୍ତ୍ରୀ । ସେ ‘ନ୍ୟୁଟ୍ରେସନ୍ ଆଣ୍ଡ ଏଜୁକେସନ୍ ଇଣ୍ଟରନ୍ୟାସନାଲ’ ପାଇଁ ଲବି କରୁଥିଲେ । ତେବେ ଡ୍ରୋନ ଆକ୍ରମଣ ପରେ ବଡଧରଣର ବିଷ୍ଫୋରଣ ଘଟିଥିବା ନେଇ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ କହିଛନ୍ତି । କିନ୍ତୁ ନିୟୁର୍କ ଟାଇମ୍ସର ତଦନ୍ତ ଅନୁଯାଇ ଦ୍ୱିତୀୟ ବିଷ୍ପୋରଣ ଘଟିଥିବା ନେଇ କୌଣସି ପ୍ରମାଣ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ