Masthead

ବର୍ଷାରେ ଭାସୁଛି ରାଜଧାନୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ୪୬ ବର୍ଷ ମଧ୍ୟରେ ସର୍ବାଧିକ ବର୍ଷା ହୋଇଛି । ଶୁକ୍ରବାରଠାରୁ ପ୍ରବଳ ବର୍ଷା ଲାଗିରହିବାରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଅଧିକାଂଶ ଅଞ୍ଚଳ ବୁଡିଯାଇଥିଲା । ଦିଲ୍ଲୀରେ ଚଳିତ ମୌସୁମୀ ବର୍ଷା ୧,୦୦୦ ମିମି ଅତିକ୍ରମ କରିଥିବା ବେଳେ ଏହା ବିଗତ ୪୬ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଚଳିତ ମୌସୁମୀ ଋତୁରେ ଦିଲ୍ଲୀ ଏଯାବତ ୧,୧୦୦ ମିମି ବର୍ଷାଜଳ ଗ୍ରହଣ କରିଛି। ଏହା ୪୬ ବର୍ଷରେ ସର୍ବାଧିକ ଏବଂ ଗତବର୍ଷର ମୌସୁମୀ ବର୍ଷା ତୁଳନାରେ ପ୍ରାୟ ୨ ଗୁଣ। ୧୯୭୫ରେ ବର୍ଷା ଋତୁରେ ଦିଲ୍ଲୀ‌ରେ ୧୧୫୦ ମିମି ବର୍ଷା ରେକର୍ଡ କରାଯାଇଥିଲା।

୨୦୦୩ରେ ଦିଲ୍ଲୀରେ ୧୦୫୦ ମିମି ରେକର୍ଡ ବର୍ଷା ହୋଇଥିଲା। ଜୁନ୍‌ ୧ରୁ ସେପ୍ଟେମ୍ବର ୧୧ ମଧ୍ୟରେ ଦିଲ୍ଲୀ ସ୍ବାଭାବିକ ଭାବେ ୫୯୦.୨ ମିମି ବର୍ଷାଜଳ ଗ୍ରହଣ କରିଥାଏ। ସେପ୍ଟେମ୍ବର ୨୫ ସୁଦ୍ଧା ଦିଲ୍ଲୀରେ ମୌସୁମୀ ଶେଷ ହୋଇଯାଏ। କିନ୍ତୁ ଚଳିତବର୍ଷ ମୌସୁମୀ ଶେଷ ହୋଇନଥିବା ବେଳେ ଦିଲ୍ଲୀ ୧୧୦୦ ମିମି ବର୍ଷାଜଳ ଗ୍ରହଣ କରିଛି। କେବଳ ସେପ୍ଟେମ୍ବରରେ ଦିଲ୍ଲୀ ୩୮୦.୨ ମିମି ବର୍ଷାଜଳ ଗ୍ରହଣ କରିଛି। ୭୭ ବର୍ଷରେ ଏହା ସର୍ବାଧିକ। ପୂର୍ବରୁ ୧୯୪୪ ସେପ୍ଟେମ୍ବରରେ ଦିଲ୍ଲୀରେ ୪୧୭.୩ ମିମି ବର୍ଷା ରେକର୍ଡ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ