Masthead

କମିବ ଖାଇବା ତେଲ ଦାମ !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଖାଇବା ତେଲ ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି । ତେଲର ଦାମ ଏତେ ମାତ୍ରାରେ ବଢୁଛି ଯାହାକି ଖାଉଟିଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ଲଗାତାର ଭାବେ ଦେଶରେ କିଛି ମାସ ହେଲା ତେଲର ଦାମ ବଢିବଢି ଯାଉଛି । ସରକାର କେତେକ ତେଲର ଆମଦାନି ହ୍ରାସ କରିଛନ୍ତି । ଏହା ଖାଉଟିଙ୍କୁ ଦର ବୃଦ୍ଧିରୁ କିଛିଟା ଆଶ୍ୱସ୍ତି ଦେବ ବୋଲି ଆଶା କରାଯାଉଛି । ବିଶ୍ୱର ସବୁଠୁ ଅଧିକ ଖାଇବା ତେଲ ଆମଦାନି କରିଥିବା ରାଷ୍ଟ୍ର ଭାରତରେ ଏହାଦ୍ୱାରା ଅନ୍ତର୍ଜାତୀୟ ବଜାରରୁ ଅଧିକ ତେଲ କିଣିବ ବୋଲି ଆକଳନ କରାଯାଉଛି ।

ଫଳରେ ଭାରତରେ ତୈଳ ଯୋଗାଣରେ ଉନ୍ନତି ଆସିବ । ସରକାର ତାଳ ତେଲ ଉପରେ ମୂଳ ଆମଦାନି ଶୁଳ୍କକୁ ୧୦ ପ୍ରତିଶତରୁ ୨.୫ ପ୍ରତିଶତକୁ କମାଇଛନ୍ତି । ସେହିଭଳି ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲର ଆମଦାନି ଶୁଳ୍କ ୭.୫ ପ୍ରତିଶତରୁ ୨.୫ ପ୍ରତିଶତକୁ ହ୍ରାସ କରିଛନ୍ତି । ଏଥିସହିତ ରିଫାଇନ ତେଲ, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲର ମୂଳ ଆମଦାନି ଶୁଳ୍କ ୩୭.୫ ପ୍ରତିଶତରୁ ୩୨.୫ ପ୍ରତିଶତକୁ କମାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ