Masthead

ଦମଦାର ଅନ୍ଦାଜରେ ଏଣ୍ଟ୍ରି କଲେ ରଜନୀକାନ୍ତ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସାଉଥ ସୁପରଷ୍ଟାର ରଜନୀକାନ୍ତ ସବୁବେଳେ ନିଜ ଦମଦାର ଷ୍ଟାଇଲ ପାଇଁ ଦର୍ଶକଙ୍କ ପାଖରେ ଖାସ ହୋଇ ରହିଥାନ୍ତି । ତାଙ୍କ ଷ୍ଟାଇଲ ହେଉ କି ଆକ୍ଟିଙ୍ଗ ସବୁକିଛି ଦେଖିବାକୁ ଫ୍ୟାନ୍ସଙ୍କ ମନରେ କାଫି କ୍ରେଜ୍ ରହିଥାଏ । ତାଙ୍କ ଅଭିନୀତ ପ୍ରତିଟି ଫିଲ୍ମ ଦେଖିବାକୁ ଦର୍ଶକ ଏକ୍ସାଇଟେଡ୍ ଥିବା ବେଳେ ବର୍ତ୍ତମାନ ଏକ ଖାସ ଅନ୍ଦାଜରେ ନଜର ଆସିଛନ୍ତି ରଜନୀକାନ୍ତ । ଅନେକ ଦିନ ପରେ ପୁଣି ଥରେ ସେ ଏକ ଧମାକେଦାର ଫିଲ୍ମ ସହିତ ଏଣ୍ଟ୍ରି କରିଛନ୍ତି ସ୍କ୍ରିନରେ। ରିଲିଜ ହୋଇଛି ରଜନୀକାନ୍ତଙ୍କ ଅପକମିଙ୍ଗ ମୁଭି ‘ଆନ୍ନାଥେ’ର ମୋସନ ପୋଷ୍ଟର । ଫିଲ୍ମର ପ୍ରଥମ ଲୁକ୍ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି ଦର୍ଶକ । ପୋଷ୍ଟରରେ ରଜନୀକାନ୍ତ ଏକ କ୍ରୁଜର ବାଇକ ସହ ଧମାକେଦାର ଏଣ୍ଟ୍ରି କରିଛନ୍ତି । କହିବାକୁ ଗଲେ ରଜନୀକାନ୍ତ ଏହି ପୋଷ୍ଟରରେ ତାଙ୍କ ପୁରୁଣା ଅନ୍ଦାଜ ସହିତ ନଜର ଆସିଛନ୍ତି । ମୁଭିର ପୋଷ୍ଟର ରିଲିଜ ହେବା ପରେ ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ ହେଉଛି । ଫ୍ୟାନ୍ସମାନେ ଏକ୍ସାଇଟେଡର ସହ ୱଟ୍ କରି ରହିଛନ୍ତି ମୁଭିର ରିଲିଜ ଡେଟକୁ ।

ତେବେ ମୁଭିରେ ରଜନୀକାନ୍ତଙ୍କ ବ୍ୟତୀତ ନୟନତାରା, ପ୍ରକାଶ ରାଜ, କିର୍ତ୍ତୀ ସୁରେଶ, ସତୀଶ ଖୁସବୁ, ସୁରୀ ଏବଂ ରୋବୋ ଶଙ୍କର ବିଶେଷ ଭୂମିକାରେ ଦେଖାଦେବେ । ସୁଚନା ଅନୁସାରେ ଫିଲ୍ମର ସୁଟିଂ ଶେଷ ହୋଇସାରିଛି ଏବଂ କୁହାଯାଉଛି ଯେ ଚଳିତ ବର୍ଷ ଦୀପାବଳୀରେ ଏହି ଦମଦାର ମୁଭିଟି ରିଲିଜ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ସିବା ଦେଇଥିବା ବେଳେ ଏହା ସନ୍ ପିକ୍ଚର୍ସ ବ୍ୟାନରରେ ପ୍ରସ୍ତୁତ ହୋଇଛି । ରଜନୀକାନ୍ତଙ୍କ ସବୁ ମୁଭି ଭଳି ଏହି ମୁଭି ମଧ୍ୟ ବକ୍ସ ଅଫିସରେ ସୁପରିହିଟ ହେବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।

ତେବେ ତାମିଲ ଫିଲ୍ମ ଜଗତର ଜଣେ ନାମୀଦାମୀ ସୁପରଷ୍ଟାର ହେଉଛନ୍ତି ରଜନୀକାନ୍ତ । ୧୯୭୫ ମସିହାରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରି ସେ ଏବେ ଯାଏଁ ନିଜ ସଫଳତାର ଯାତ୍ରା ଜାରି ରଖିଛନ୍ତି । ତାଙ୍କ ଫିଲ୍ମି କ୍ୟାରିୟର ଭିତରେ ଅଧିକାଶଂ ତାମିଲ ମୁଭି ସହ ତେଲୁଗୁ, ହିନ୍ଦୀ, ଇଂଲିଶ ମୁଭିରେ ବି ସେ ନଜର ଆସିଛନ୍ତି । ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଦରବାର’ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ତାଙ୍କ ଅପକମିଂ ଫିଲ୍ମ ପାଇଁ ବେଶ୍ ଉତ୍ସାହିତ ହୋଇ ରହିଛନ୍ତି ଦର୍ଶକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା