Masthead

ବିଜେପିର ‘ବିଜୟ ପ୍ଲାନ’ରେ ଅନଫିଟ ଥିଲେ ବିଜୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ହଠାତ ଇସ୍ତଫା ଦେବା ପରେ ସାରା ଦେଶର ନଜର ଗୁଜରାଟ ଉପରେ ରହିଛି । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଏପରି ଆଭିମୁଖ୍ୟକୁ ବିରୋଧୀ ଦଳ କଠୋର ନିନ୍ଦା କରିଛି । ତେବେ ଗୁଜରାଟରେ ବିଜେପିର ଚେହେରାକୁ ଶକ୍ତିଶାଳି କରିବା ପାଇଁ ବିଜୟ ରୂପାନିଙ୍କ ବଳି ଦିଆଯାଇଛି ବୋଲି ବିରୋଧୀ ଦଳ ଦାବି କରିଆସୁଛି । ଅପରପକ୍ଷରେ ୨୦୧୭ ବିଧାନସଭା ନିର୍ବାଚନରେ ବିଜୟ ରୂପାନିଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢିଥିଲା । କିନ୍ତୁ ନିର୍ବାଚନ ଜିତିବା ପାଇଁ ବିଜେପିକୁ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା । କାରଣ ହେଉଛି ବିରୋଧୀ ଦଳ ବିଜେପିକୁ କଡ଼ା ଟକ୍କର ଦେଉଥିବାର ଦେଖିବାକୁ ମିଳିଥିଲା ।

ତେଣୁ ପୂର୍ବ ଭୁଲର ପୁନଃରାବୃତ୍ତି ନକରି ଆସନ୍ତା ୨୦୨୨ ବିଧାନସଭା ନିର୍ବାଚନ ପାଇଁ ବିଜେପି ନୂଆ ଋଣନୀତି ପ୍ରସ୍ତୁତ କରିଛି । ଯାହାକି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଘଟଣା ପରେ ସବୁକିଛି ଜଣାପଡ଼ିଯାଉଛି । ଅନ୍ୟପଟେ ପଶ୍ଚିମବଙ୍ଗରେ ହାରର ସ୍ୱାଦ ଚାଖିବା ପରେ ଦଳ ସାରା ଦେଶରେ ନିଜର ଦଳକୁ ଶକ୍ତିଶାଳି କରିବା ପାଇଁ ନୂତନ ଋଣନୀତି ପ୍ରସ୍ତୁତ କରିଥିବାର ଦେଖିବାକୁ ମିଳିଛି । ଯାହାଫଳରେ ଉତ୍ତରାଖଣ୍ଡ, କର୍ଣ୍ଣାଟକ ଆଉ ବର୍ତ୍ତମାନ ଗୁଜରାଟର ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରିଛି । ଏହା ସହ ସମଗ୍ର ରାଜ୍ୟରେ ନିଜ ଦଳକୁ ଶକ୍ତିଶାଳି କରିବା ପାଇଁ ଏହା ହେଉଛି ବିଜେପିର ଚାଲ ବୋଲି ବିରୋଧୀ ଦଳ କହିଛନ୍ତି । ଅନ୍ୟପଟେ ସିଆର ପାଟିଲ ରାଜ୍ୟ ଅଧ୍ୟକ୍ଷ ହେବାପରେ ବିଜୟଙ୍କ ଅଡ଼ୁଆ ବଢିଯାଇଥିବାର ସୂଚନା ମିଳିଛି । କାରଣ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନକୁ ଯଦି ଜିତିବାର ଅଛି ତାହାଲେ ନେତୃତ୍ୱ ପରିବର୍ତ୍ତନ ଖୁବଶୀଘ୍ର କରାଯାଉ ବୋଲି ସିଆର ପାଟିଲ ଦାବି କରିଥିଲେ । ଅପରପକ୍ଷରେ ବିଜୟ ଶାନ୍ତ ହୋଇ ନିଜର କାମ କରିଥାନ୍ତି । ଏପରିକି ଦୀର୍ଘ ୫ ବର୍ଷ ମଧ୍ୟରେ କୌଣସି ବଡ଼ ବିବାଦରେ ମଧ୍ୟ ବିଜୟ ଛନ୍ଦି ହୋଇନଥିଲେ ।

କିନ୍ତୁ ବିଜୟଙ୍କର ନିଜର ଏହି ସ୍ୱଭାବ ପାଇଁ ମୁଖ୍ୟମନ୍ତ୍ରୀ ପଦ ହରାଇଥିଲେ । ବିନା ଲାଇମଲାଇଟରେ ରହି ଲୋକଙ୍କ ପାଇଁ କାମ କରିବା, କିଛି ଲାଭ ନୁହଁ ବୋଲି ବିଜେପି ଏପରି କରି ସ୍ପଷ୍ଟ କରିଦେଇଛି । ହେଲେ ବିଜେପି ନିଜର ହଜିଯାଇଥିବା ଚେହେରାକୁ ଫେରାଇ ଆଣିବା ପାଇଁ ଏପରି ପରିବର୍ତ୍ତନକୁ ବିରୋଧୀ ଦଳ କଠୋର ନିନ୍ଦା କରିଛନ୍ତି । ବିଜେପି ରାଜ୍ୟରେ ଏକ ପ୍ରଭାବଶାଳୀ ନେତାକୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିବାର ସୂଚନା ମିଳିଛି । ଏପରି କରି ଦଳ ସହଜରେ ଗୁଜରାଟ ବିଧାନସଭା ନିର୍ବାଚନକୁ ଜିତିବା ପାଇଁ ଚେଷ୍ଟା କରୁଛି । କିନ୍ତୁ ବିଜେପିର ବିଜୟ ପ୍ଲାନର ଭାଗୀଦାରି ହୋଇପାରିଲେନି ବିଜୟ ରୂପାଣି ବୋଲି ଅନୁମାନ କରାଯାଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି