Masthead

ବିଜେପିର ‘ବିଜୟ ପ୍ଲାନ’ରେ ଅନଫିଟ ଥିଲେ ବିଜୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ହଠାତ ଇସ୍ତଫା ଦେବା ପରେ ସାରା ଦେଶର ନଜର ଗୁଜରାଟ ଉପରେ ରହିଛି । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଏପରି ଆଭିମୁଖ୍ୟକୁ ବିରୋଧୀ ଦଳ କଠୋର ନିନ୍ଦା କରିଛି । ତେବେ ଗୁଜରାଟରେ ବିଜେପିର ଚେହେରାକୁ ଶକ୍ତିଶାଳି କରିବା ପାଇଁ ବିଜୟ ରୂପାନିଙ୍କ ବଳି ଦିଆଯାଇଛି ବୋଲି ବିରୋଧୀ ଦଳ ଦାବି କରିଆସୁଛି । ଅପରପକ୍ଷରେ ୨୦୧୭ ବିଧାନସଭା ନିର୍ବାଚନରେ ବିଜୟ ରୂପାନିଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢିଥିଲା । କିନ୍ତୁ ନିର୍ବାଚନ ଜିତିବା ପାଇଁ ବିଜେପିକୁ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା । କାରଣ ହେଉଛି ବିରୋଧୀ ଦଳ ବିଜେପିକୁ କଡ଼ା ଟକ୍କର ଦେଉଥିବାର ଦେଖିବାକୁ ମିଳିଥିଲା ।

ତେଣୁ ପୂର୍ବ ଭୁଲର ପୁନଃରାବୃତ୍ତି ନକରି ଆସନ୍ତା ୨୦୨୨ ବିଧାନସଭା ନିର୍ବାଚନ ପାଇଁ ବିଜେପି ନୂଆ ଋଣନୀତି ପ୍ରସ୍ତୁତ କରିଛି । ଯାହାକି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଘଟଣା ପରେ ସବୁକିଛି ଜଣାପଡ଼ିଯାଉଛି । ଅନ୍ୟପଟେ ପଶ୍ଚିମବଙ୍ଗରେ ହାରର ସ୍ୱାଦ ଚାଖିବା ପରେ ଦଳ ସାରା ଦେଶରେ ନିଜର ଦଳକୁ ଶକ୍ତିଶାଳି କରିବା ପାଇଁ ନୂତନ ଋଣନୀତି ପ୍ରସ୍ତୁତ କରିଥିବାର ଦେଖିବାକୁ ମିଳିଛି । ଯାହାଫଳରେ ଉତ୍ତରାଖଣ୍ଡ, କର୍ଣ୍ଣାଟକ ଆଉ ବର୍ତ୍ତମାନ ଗୁଜରାଟର ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରିଛି । ଏହା ସହ ସମଗ୍ର ରାଜ୍ୟରେ ନିଜ ଦଳକୁ ଶକ୍ତିଶାଳି କରିବା ପାଇଁ ଏହା ହେଉଛି ବିଜେପିର ଚାଲ ବୋଲି ବିରୋଧୀ ଦଳ କହିଛନ୍ତି । ଅନ୍ୟପଟେ ସିଆର ପାଟିଲ ରାଜ୍ୟ ଅଧ୍ୟକ୍ଷ ହେବାପରେ ବିଜୟଙ୍କ ଅଡ଼ୁଆ ବଢିଯାଇଥିବାର ସୂଚନା ମିଳିଛି । କାରଣ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନକୁ ଯଦି ଜିତିବାର ଅଛି ତାହାଲେ ନେତୃତ୍ୱ ପରିବର୍ତ୍ତନ ଖୁବଶୀଘ୍ର କରାଯାଉ ବୋଲି ସିଆର ପାଟିଲ ଦାବି କରିଥିଲେ । ଅପରପକ୍ଷରେ ବିଜୟ ଶାନ୍ତ ହୋଇ ନିଜର କାମ କରିଥାନ୍ତି । ଏପରିକି ଦୀର୍ଘ ୫ ବର୍ଷ ମଧ୍ୟରେ କୌଣସି ବଡ଼ ବିବାଦରେ ମଧ୍ୟ ବିଜୟ ଛନ୍ଦି ହୋଇନଥିଲେ ।

କିନ୍ତୁ ବିଜୟଙ୍କର ନିଜର ଏହି ସ୍ୱଭାବ ପାଇଁ ମୁଖ୍ୟମନ୍ତ୍ରୀ ପଦ ହରାଇଥିଲେ । ବିନା ଲାଇମଲାଇଟରେ ରହି ଲୋକଙ୍କ ପାଇଁ କାମ କରିବା, କିଛି ଲାଭ ନୁହଁ ବୋଲି ବିଜେପି ଏପରି କରି ସ୍ପଷ୍ଟ କରିଦେଇଛି । ହେଲେ ବିଜେପି ନିଜର ହଜିଯାଇଥିବା ଚେହେରାକୁ ଫେରାଇ ଆଣିବା ପାଇଁ ଏପରି ପରିବର୍ତ୍ତନକୁ ବିରୋଧୀ ଦଳ କଠୋର ନିନ୍ଦା କରିଛନ୍ତି । ବିଜେପି ରାଜ୍ୟରେ ଏକ ପ୍ରଭାବଶାଳୀ ନେତାକୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିବାର ସୂଚନା ମିଳିଛି । ଏପରି କରି ଦଳ ସହଜରେ ଗୁଜରାଟ ବିଧାନସଭା ନିର୍ବାଚନକୁ ଜିତିବା ପାଇଁ ଚେଷ୍ଟା କରୁଛି । କିନ୍ତୁ ବିଜେପିର ବିଜୟ ପ୍ଲାନର ଭାଗୀଦାରି ହୋଇପାରିଲେନି ବିଜୟ ରୂପାଣି ବୋଲି ଅନୁମାନ କରାଯାଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ