Masthead

ଦେଶର ବିକାଶ ଏପରି ଯେ ରବିବାର ଓ ସୋମବାର ମଧ୍ୟରେ ଫରକ ପଡ଼ୁନି !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ପ୍ରତ୍ୟେକ ଥର କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରୁଥିବା ରାହୁଲ ଗାନ୍ଧି ପୁଣିଥରେ କେନ୍ଦ୍ରକୁ ଟାର୍ଗେଟ କରି ସମସ୍ତଙ୍କର ଦୃଷ୍ଟିକୁ ଆକର୍ଷଣ କରିଛନ୍ତି । ରାହୁଲ ଗାନ୍ଧି ଦେଶରେ ରୋଜଗାର ଏବଂ ବିକାଶ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି । ତେବେ ବିଜେପି ସରକାରଙ୍କ ବିକାଶ ଏପରି ହେଉଛି ଯେ ରବିବାର ଏବଂ ସୋମବାର ମଧ୍ୟରେ ପାର୍ଥକ୍ୟ ଶେଷ ହୋଇଯାଇଛି । ଯଦି ଦେଶରେ ଚାକିରି ନାହିଁ ତାହାଲେ ରବିବାର କ’ଣ ନା ସୋମବାର କ’ଣ? ଅପରପକ୍ଷରେ ଆଗାମୀ ଦିନରେ ୪ ହଜାର କମ୍ପାନୀ ବନ୍ଦ ହେବାକୁ ଯାଉଛି ।

ଏହା ସହ ଗତ ଚାରି ବର୍ଷ ମଧ୍ୟରେ ଆମେରିକାର ତିନୋଟି ଅଟୋ କମ୍ପାନୀ ଭାରତରୁ ସେମାନଙ୍କ ବ୍ୟବସାୟ ପ୍ରତ୍ୟାହାର କରିନେଇଛନ୍ତି । ଏହା ପୂର୍ବରୁ ଜେନେରାଲ ମୋଟର୍ସ ଏବଂ ହାର୍ଲି ଡ଼େଭିଡ଼ସନ ଭଳି ବଡ଼ ବଡ଼ କମ୍ପାନୀ ଦେଶ ଛାଡ଼ିଛନ୍ତି । ଦେଶରେ କେବଳ ଫୋର୍ଡ଼ କମ୍ପାନୀ ବନ୍ଦ ହେବା କଥା ନୁହେଁ ବରଂ ୪ ହଜାରରୁ ଅଧିକ ଛୋଟ କମ୍ପାନୀ ମଧ୍ୟ ଖୁବଶୀଘ୍ର ନିଜ କମ୍ପାନୀଙ୍କୁ ଭାରତରୁ ଉଠାଇନେବେ ବୋଲି ରାହୁଲ ଗାନ୍ଧି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ