Masthead

ରାଧେର ସୁଟିଂ ଆରମ୍ଭ କଲେ ସଲମାନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):ସଲମାନ ଖାନ ବିଗତ ଦିନରେ ବିଗ୍ ବସ୍-୧୪ କାମ ଆରମ୍ଭ କରିଥିଲେ । ଏହି ସୋ ବ୍ୟତୀତ ସେ ତାଙ୍କର ଆଗାମୀ ଫିଲ୍ମ ‘ରାଧେ’ର ସୁଟିଂ ମଧ୍ୟ ଆରମ୍ଭ କରିଛନ୍ତି। ସୋସିଆଲ ମିଡିଆରେ ସଲମାନ ଖାନ ଏହି ସୂଚନା ଦେଇଛନ୍ତି। ଫିଲ୍ମର ସେଟରୁ ଏକ ଚିତ୍ର ସେୟାର କରି ସଲମାନ ଲେଖିଛନ୍ତି, ସାଢେଛଅ ମାସ ପରେ ସୁଟିଂ ଆରମ୍ଭ ହୋଇଛି ।

ଏହି ଫିଲ୍ମ ପରେ ସଲମାନ ଖାନଙ୍କ ପୂରା ଧ୍ୟାନ ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ଅନ୍ୟ ଏକ ଫିଲ୍ମ କାବି ଇଦ୍ କାବି ଦିୱାଲୀ ଉପରେ ରହିବ । ସଲମାନ ଖାନଙ୍କ ପାଇଁ ଏହି ବର୍ଷର ଇଦ୍ ଘୋଷଣା କରାଯାଇ ନଥିଲା, ତେଣୁ ସେ ତାଙ୍କ ପ୍ରଶଂସକଙ୍କ ସହ ଏକ ଫିଲ୍ମ ରିଲିଜ୍ କରି ଆସନ୍ତା ବର୍ଷର ଇଦ୍ ପାଳନ କରିବାକୁ ଚାହୁଁଛନ୍ତି । ଫିଲ୍ମରେ ସଲମାନଙ୍କ ସହ ମୁଖ୍ୟ ଭୂମିକାରେ ଦିଶା ପାଟନୀ ନଜର ଆସିବେ । ଏହା ମଧ୍ୟ ଏକ କୋପ୍ ଡ୍ରାମା ହେବ ଜ୍ଝ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଜ୍ୟାକି ଶ୍ରଫ୍ ମଧ୍ୟ ନଜର ଆସିବେ । ଉଲ୍ଲେଖନୀୟ କଥା ହେଉଛି, ସଲମାନ ଖାନଙ୍କ ପୂର୍ବ ରିଲିଜ୍ ‘ଦବଙ୍ଗ ୩’ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ଗ୍ରହଣ କରିଛି । ଏହି ଫିଲ୍ମଟି ପ୍ରାୟ ୩୫ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ୧୭୦ କୋଟି ଟଙ୍କା ଆୟ କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼