ସର୍ପ ବନ୍ଧନରେ କୃଷ୍ଣ

ବୌଦ୍ଧ (ବଡ଼ ଖବର ବ୍ୟୁରୋ): ସର୍ପ ବନ୍ଧନ କଥା ଆପଣ ପୁରାଣରେ ଶୁଣିଥିବେ, କିନ୍ତୁ କେବେ ବାସ୍ତବରେ ଦେଖି ନଥିବେ। ଦୀର୍ଘ ଦୁଇ ଘଣ୍ଟା ଧରି ବିଷଧର ସର୍ପ ବନ୍ଧନରେ ରହିଲେ କୃଷ୍ଣ। ଆଉ ନିଜ ଜୀବନ ବଞ୍ଚାଇବା ପାଇଁ ଦୀର୍ଘ ୨ ଘଣ୍ଟା କାଳ ଚାଲିଥିଲା ଜୀବନ-ମରଣର ସଂଘର୍ଷ। ଏଭଳି ଏକ ବିପଦପୂର୍ଣ୍ଣ ତଥା ଆଶ୍ଚର୍ୟ୍ୟଜନକ ଦୃଶ୍ୟ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଆଡେଣିଗଡ଼ ଗାଁରେ ଦେଖିବାକୁ ମିଳିଛି। ସୂଚନା ମୁତାବକ, ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡେଣିଗଡ଼ ଗାଁର କୃଷ୍ଣ ଚନ୍ଦ୍ର ସାହୁ ଜଣେ ପକ୍ଷାଘାତ ରୋଗୀ।

ଗତକାଲି ବିଳମ୍ବିତ ରାତିରେ ସେ ଘରେ ଶୋଇଥିବା ବେଳେ ଘରର ଝରକା ଖୋଲା ଥିଲା। ଏହି ସମୟରେ ଝରକା ଦେଇ ଏକ ବିଷଧର ସାପ ଘର ଭିତରକୁ ପଶି ଆସିଥିଲା ଏବଂ ଶୋଇଥିବା କୃଷ୍ଣଙ୍କ ଶରୀର ଉପରକୁ ଚଢ଼ି ଯାଇଥିଲା। କୃଷ୍ଣ ଯେତେବେଳେ ଏହା ଜାଣିବାକୁ ପାଇଲେ, ସେତେବେଳେ ସେ ହଠାତ୍ ଉଠି ପାରିନଥିଲେ କି କାହାକୁ ଡାକି ପାରିନଥିଲେ। କାରଣ ସେ ପକ୍ଷାଘାତ ରୋଗରେ ପୀଡ଼ିତ ଥିବାରୁ ତାଙ୍କ ଶରୀରର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଅଚଳ ରହିଛି।

କିଛି ସମୟ ପରେ କୃଷ୍ଣ ଉଠିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ସାପଟି କୃଷ୍ଣଙ୍କ ହାତକୁ ଏକ ଚେୟାର ସହ ଜୋରରେ ଗୁଡ଼ାଇ ବାନ୍ଧି ସାରିଥିଲା। ପରେ କୃଷ୍ଣଙ୍କ ବିକଳ ପାଟି ଶୁଣି ଯେତେବେଳେ ପରିବାର ଲୋକେ ଏହା ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇପଡ଼ିଥିଲେ। ଶେଷରେ ପରିବାର ଲୋକଙ୍କ ପ୍ରାୟ ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସାପ କବଳରୁ କୃଷ୍ଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ପରେ ସାପଟି କୁ ଘର ବାହାରକୁ ସୁରକ୍ଷିତ ଛାଡି ଦିଆଯାଇଥିଲା । ଏବେ ଏହି ଆଶ୍ଚର୍ୟ୍ୟଜନକ ଘଟଣା ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!