Masthead

ନେତାଙ୍କ ପରେ ବର୍ତ୍ତମାନ ତଦନ୍ତକାରୀ ସଂସ୍ଥାର ପାଳି

କୋଲକାତା(ବଡ଼ ଖବର ବ୍ୟୁରୋ): ବହୁଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ମାମଲାରେ ଦିନକୁ ଦିନ ନୂଆ ମୋଡ଼ ଦେଖିବା ପାଇଁ ମିଳୁଛି । କେତେବେଳେ ଟିଏମସି ନେତାମାନଙ୍କୁ ତଦନ୍ତକାରୀ ସଂସ୍ଥା ଉଠାଉନେଉଥିବା ବେଳେ ଆଉ କେତେବେଳେ ବିଜେପି ନେତାଙ୍କର ନାମ ମଧ୍ୟ ସାମ୍ନାକୁ ଆସୁଛି । ହେଲେ ଏପର୍ଯ୍ୟନ୍ତ ଏ ମାମଲାର କୌଣସି ନିଷ୍କର୍ସ ବାହାରି ପାରୁ ନାହିଁ । ଯାହାଦ୍ୱାରା ସାରା ଦେଶରେ ଏହି ମାମଲାର ଚର୍ଚ୍ଚା ଥମିବାରେ ନାଁ ନେଉନି । ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ରୋଚକ ତଥ୍ୟ । ଏଣିକି ରାଜନେତାଙ୍କ ପରେ ତଦନ୍ତକାରୀ ସଂସ୍ଥାମାନଙ୍କ ପାଳି ।

ଏନେଇ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ନାରଦା ଷ୍ଟିଙ୍ଗ ମାମଲାର ଯାଞ୍ଚ କରୁଥିବା ସିବିଆଇକୁ ଓ ଇଡ଼ି ଅଧିକାରୀଙ୍କୁ ସମନ କରିଛନ୍ତି । ତେବେ ବିଧାନସଭା ସଦସ୍ୟଙ୍କ ବିରୋଧରେ ଚାର୍ଜସିଟ ପୂର୍ବରୁ ବାଚସ୍ପତିଙ୍କ କାର୍ଯ୍ୟାଳୟରୁ କାହିଁକି ଅନୁମତି ନେଇଥିଲେ ? ଏହାର କାରଣ ଜାଣିବା ପାଇଁ ବାଚସ୍ପତି ବିମାନ ବାନାର୍ଜୀ ସେପ୍ଟେମ୍ବର ୨୨ରେ ହାଜର ହେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବାର ସୂଚନା ମିଳିଛି । କେବଳ ଏତିକି ନୁହେଁ ବରଂ ପ୍ରତିନିଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସ୍ପିକରଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ । ଯାହାଫଳରେ ତଦନ୍ତ ଅଧିକାରୀ ଏହାର କାରଣ ତୁରନ୍ତ ଦର୍ଶାନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ