Before Header

ଗୃହରେ ଉଠିଲା ବିଧାୟକଙ୍କ ଦରମା ପ୍ରସଙ୍ଗ

0 60

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗୃହରେ ଉଠିଲା ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପ୍ରସଙ୍ଗ । ବିଧାୟକଙ୍କ ଦରମା ବଢିବା ବୃଦ୍ଧି ପ୍ରସଙ୍ଗ ସମ୍ପର୍କିତ ବିଲ ଗୃହରେ ଆଗତ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ରୁଲିଂ ଦେଲେ ବାଚସ୍ପତି । ଗୃହରେ ସବୁ ସଦସ୍ୟଙ୍କ ଉଦବେଗ ପ୍ରକାଶ ପାଉଛି । ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ପାଇଁ କମିଟି ତାହାର ରିପୋର୍ଟ ଦେଇସାରିଛନ୍ତି ।

ମୁଁ ସେ ରିପୋର୍ଟ ସଂସଦୀୟ ବ୍ୟାପର ବିଭାଗକୁ ପଠାଇ ଦେଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଉପସ୍ଥିତ ଅଛନ୍ତି । ସେ ଗୃହର ନେତାଙ୍କ ସହ ଆଲୋଚନା କରନ୍ତୁ । ଗୃହକୁ ବିଲ କେମିତି ଆସିବ ସମୟଚିତ ପଦକ୍ଷେପ ନିଅନ୍ତୁ । ସେପଟେ ନରସିଂହ ମିଶ୍ରଙ୍କୁ ସମର୍ଥନ ଜଣାଇଲେ ଅମର ଶତପଥୀ । କହିଲେ ପୂର୍ବତନ ବିଧାୟକମାନେ ମଧ୍ୟ ଅସୁବିଧାରେ ଅଛନ୍ତି । ମୁଁ ରିପୋର୍ଟ ଦେଇ ସାରିଛି । ଦିଲ୍ଲୀର ବିଧାୟକମାନଙ୍କ ଦରମା ବୃଦ୍ଧି ହୋଇଛି ।

ତାରା ପ୍ରସାଦ ବାହିନୀପତି ମଧ୍ୟ ବିଧାୟକ ଦରମା ବୃଦ୍ଧିକୁ ସମର୍ଥନ ଜଣାଇଛନ୍ତି । କହିଛନ୍ତି ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମାକୁ ଅନୁସନ୍ଧାନ କରା ଯାଇଛି । କିନ୍ତୁ ଫଳ ଶୂନ କଣ ପାଇଁ। ଦରମା ବୃଦ୍ଧି ବିଲ ସଂସଦୀୟ ବ୍ୟାପାରମନ୍ତ୍ରୀ ଗୃହରେ ଆଗତ କରନ୍ତୁ। ସେପଟେ ବିଜେଡି ବିଧାୟକ ପଦ୍ମନାଭ ବେହେରା ବି କ୍ଷୁବ୍ଧ ବ୍ୟକ୍ତ କରିଛନ୍ତି ଆଉ ସରକାର କୁଣ୍ଠା ବୋଧ ନକରି ଗୃହରେ ବିଲ ପାସ କରନ୍ତୁ।

Leave A Reply

Your email address will not be published.