Masthead

ଗୃହରେ ଉଠିଲା ବିଧାୟକଙ୍କ ଦରମା ପ୍ରସଙ୍ଗ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗୃହରେ ଉଠିଲା ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପ୍ରସଙ୍ଗ । ବିଧାୟକଙ୍କ ଦରମା ବଢିବା ବୃଦ୍ଧି ପ୍ରସଙ୍ଗ ସମ୍ପର୍କିତ ବିଲ ଗୃହରେ ଆଗତ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ରୁଲିଂ ଦେଲେ ବାଚସ୍ପତି । ଗୃହରେ ସବୁ ସଦସ୍ୟଙ୍କ ଉଦବେଗ ପ୍ରକାଶ ପାଉଛି । ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ପାଇଁ କମିଟି ତାହାର ରିପୋର୍ଟ ଦେଇସାରିଛନ୍ତି ।

ମୁଁ ସେ ରିପୋର୍ଟ ସଂସଦୀୟ ବ୍ୟାପର ବିଭାଗକୁ ପଠାଇ ଦେଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଉପସ୍ଥିତ ଅଛନ୍ତି । ସେ ଗୃହର ନେତାଙ୍କ ସହ ଆଲୋଚନା କରନ୍ତୁ । ଗୃହକୁ ବିଲ କେମିତି ଆସିବ ସମୟଚିତ ପଦକ୍ଷେପ ନିଅନ୍ତୁ । ସେପଟେ ନରସିଂହ ମିଶ୍ରଙ୍କୁ ସମର୍ଥନ ଜଣାଇଲେ ଅମର ଶତପଥୀ । କହିଲେ ପୂର୍ବତନ ବିଧାୟକମାନେ ମଧ୍ୟ ଅସୁବିଧାରେ ଅଛନ୍ତି । ମୁଁ ରିପୋର୍ଟ ଦେଇ ସାରିଛି । ଦିଲ୍ଲୀର ବିଧାୟକମାନଙ୍କ ଦରମା ବୃଦ୍ଧି ହୋଇଛି ।

ତାରା ପ୍ରସାଦ ବାହିନୀପତି ମଧ୍ୟ ବିଧାୟକ ଦରମା ବୃଦ୍ଧିକୁ ସମର୍ଥନ ଜଣାଇଛନ୍ତି । କହିଛନ୍ତି ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମାକୁ ଅନୁସନ୍ଧାନ କରା ଯାଇଛି । କିନ୍ତୁ ଫଳ ଶୂନ କଣ ପାଇଁ। ଦରମା ବୃଦ୍ଧି ବିଲ ସଂସଦୀୟ ବ୍ୟାପାରମନ୍ତ୍ରୀ ଗୃହରେ ଆଗତ କରନ୍ତୁ। ସେପଟେ ବିଜେଡି ବିଧାୟକ ପଦ୍ମନାଭ ବେହେରା ବି କ୍ଷୁବ୍ଧ ବ୍ୟକ୍ତ କରିଛନ୍ତି ଆଉ ସରକାର କୁଣ୍ଠା ବୋଧ ନକରି ଗୃହରେ ବିଲ ପାସ କରନ୍ତୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି