Masthead

ଆଫଗାନିସ୍ତାନକୁ  ସହାୟତାର  ହାତ ବଢାଇଲା ଆମେରିକା 

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାରା ବିଶ୍ୱ ଆଫଗାନିସ୍ତାନକୁ ଅଣଦେଖା କରୁଥିବା ବେଳେ ସାହାଯ୍ୟର ହାତ ବଢାଇଛି ଆମେରିକା । ଆଫଗାନିସ୍ତାନର ଅଧିକାଂଶ ବିଦେଶୀ ଆକାଉଣ୍ଟକୁ ଫ୍ରିଜ କରିବା ଫଳରେ ଆଫଗାନିସ୍ତାନ ଆର୍ଥିକ  ସଙ୍କଟ  ଦେଇ ଗତି କରୁଛି । ଏହା ମଧ୍ୟରେ  ଆମେରିକାର ଆର୍ଥିକ ସହାୟତାର କଥା ସାମ୍ନାକୁ  ଆସିଛି । ତେବେ ଆଫଗାନିସ୍ତନାକୁ  ପ୍ରାୟ  ୪୭୦ କୋଟି  ଟଙ୍କା  ସହାୟତା କରିବାକୁ  ଆମେରିକା  ଆଗେଇ ଆସିଛି । ଏନେଇ ମିଳିତ  ଜାତିସଂଘରେ  ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥମ୍ପସନ ଗ୍ରୀନଫିଲ୍ଡ ଘୋଷଣା କରିଛନ୍ତି ।

ଅପରପକ୍ଷରେ  ଆଫଗାନିସ୍ତାନର  ଆର୍ଥିକ ଅବସ୍ଥା ବର୍ତ୍ତମାନ ବହୁତ ଖରାପ ।  ଏପରିସ୍ଥିତିରେ ଆମେରିକା  ଆଫଗାନିସ୍ତାନକୁ   ୪୭୦ କୋଟି ଟଙ୍କାର  ଆର୍ଥିକ ସହାୟତା ଘୋଷଣା କରିଛି ।  ଏହାର ଘୋଷଣା ମୁଁ କରିଥିବାରୁ  ବେଶ ଗର୍ବିତ । ଏହି  ନୁତନ  ପାଣ୍ଠି  ମିଳିିତ  ଜାତିସଂଘ  ଏବଂ  ଆନ୍ତର୍ଜାତୀୟ  ଏନଜିଓର କାର୍ଯ୍ୟକୁ  ସମର୍ଥନ  କରିବ ।  ଏହା ସହ  ଅନ୍ୟ ଦେଶମାନଙ୍କୁ  ମଧ୍ୟ  ଏକତା  ଦେଖାଇବାକୁ  ଆମେ ଅନୁରୋଧ କରୁଛୁ ବୋଲି ଲିଣ୍ଡା  ଥମ୍ପସନ ଗ୍ରୀନଫିଲ୍ଡ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା