ପଞ୍ଜାବ ପୋଲିସର ଘୋଷଣା, ଅମ୍ରିତଙ୍କ ସୂଚନା ଦେଲେ ମିଳିବ ପୁରସ୍କାର

ଚଣ୍ଡିଗଡ (ବଡ଼ ଖବର ବ୍ୟୁରୋ): ଖଲିସ୍ତାନୀ ନେତା ଅମ୍ରିତପାଲ ସିଂ କିଛି ଦିନ ହେବ ଫେରାର ଅଛନ୍ତି। ତାଙ୍କୁ ଖୋଜିବା ପାଇଁ ପୋଲିସ କ୍ରମାଗତ ଭାବରେ ସର୍ଚ୍ଚ ଅପରେଶନ ଜାରି ରଖିଛି । କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ନାହିଁ ପଞ୍ଜାବ ପୋଲିସ । ବର୍ତ୍ତମାନ ଅମ୍ରିତପାଲଙ୍କୁ ଧରିବା ପାଇଁ ପୋଲିସ ସାଧାରଣ ଜନତାଙ୍କ ସହଯୋଗ ଲୋଡିଛି। ବଟାଲା ରେଳ ଷ୍ଟେସନରେ ଅମ୍ରିତପାଲଙ୍କ ପୋଷ୍ଟର ଲଗାଇଛି ପୋଲିସ।

ଏହି ପୋଷ୍ଟରଗୁଡ଼ିକରେ ଲେଖାଯାଇଛି ଯେ, ଅନେକ ଦିନ ହେଲା ପୋଲିସ ଅମ୍ରିତପାଲଙ୍କୁ ଖୋଜୁଛି। ଯଦି କେହି ତାଙ୍କ ବିଷୟରେ କୌଣସି ସୂଚନା ପାଆନ୍ତି, ତେବେ ତୁରନ୍ତ ପୋଲିସକୁ ଜଣାଇବେ। ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ ପୁରସ୍କାର ଦିଆଯିବ ହେଲେ ତାଙ୍କ ନାମ ଗୋପନ ରଖାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ