Masthead

ଜୋମାଟୋକୁ ଅଲବିଦା କହିଲେ ଜିଜି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଖୁବ କମ ସମୟରେ ଜୋମାଟୋ ସାରା ଦେଶରେ ନିଜର ପରିଚୟ ସୃଷ୍ଟି କରିପାରିଥିଲା । ଲୋକଙ୍କ ପାଖରେ ଖାଦ୍ୟଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସାମଗ୍ରୀ ପହଞ୍ଜାଇବାରେ ଜୋମାଟୋର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ମଧ୍ୟରେ ଜୋମାଟୋର ସହ ପ୍ରତିଷ୍ଠାତା ଗୌରବ ଗୁପ୍ତା ବା ଜିଜି ଏହି ସଂସ୍ଥାକୁ ଛାଡ଼ି ଥିବାର କଥା ସାମ୍ନାକୁ ଆସିଛି । ଏନେଇ ଜିଜି ଗୋଟିଏ ବ୍ଲଗପୋଷ୍ଟ କରି ସୂଚନା ଦେଇଛନ୍ତି । ଏହା ସହ ମୁଁ ମୋ ଜୀବନରେ ଗୋଟିଏ ବଡ଼ ପରିବର୍ତ୍ତନ ଆଣିଛି। ଏବେ ମୁଁ ଗୋଟିଏ ନୂଆ ଅଧ୍ୟାୟ ଆରମ୍ଭ କରିବି।

ବିଗତ ୬ ବର୍ଷ ମଧ୍ୟରେ ଜୋମାଟୋରୁ ଶିକ୍ଷାଲାଭ କରିଥିବା ବିଷୟବସ୍ତୁକୁ ମୁଁ ମୋର ନୂଆ ଅଧ୍ୟାୟରେ ବ୍ୟବହାର କରିବି। ଜୋମାଟୋକୁ ଆଗକୁ ନେବା ପାଇଁ ଆମ ପାଖରେ ଗୋଟିଏ ଭଲ ଟିମ ରହିଛି। ଏବେ ମୋତେ ମୋ ଯାତ୍ରାକୁ ଆଗକୁ ନେବା ପାଇଁ ଅଲଗା ରାସ୍ତା ବାଛିବାକୁ ପଡ଼ିବ। ମୁଁ ଏକଥା ଲେଖିବା ବେଳେ ବେଶ ଭାବବିହ୍ୱଳ ହୋଇ ଯାଉଛି। ମୁଁ ଏବେ କ’ଣ ଭାବୁଛି, ସେକଥା ଶବ୍ଦରେ ବୟାନ କରିବା କଷ୍ଟକର ବୋଲି ଜିଜି ତାଙ୍କ ଆଭ୍ୟନ୍ତରୀଣ ଇ-ମେଲ୍‌ରେ କହିଛନ୍ତି । ଅନ୍ୟପଟେ ୬ ବର୍ଷ ଧରି କମ୍ପାନୀ ସହ ଜଡ଼ିତ ଥିବାରୁ ଜିଜିଙ୍କୁ ଜୋମାଟୋର ପ୍ରତିଷ୍ଠାତା ଦୀପନ୍ଦିର ଗୋୟଲ ଧନ୍ୟବାନ ଜଣାଇଛନ୍ତି । ଜିଜି ୨୦୧୫ରେ ଜୋମାଟୋରେ ଯୋଗଦେଇଥିଲେ। ୨୦୧୮ରେ ପଦୋନ୍ନତି ପାଇ ସେ କମ୍ପାନୀର ସିଓଓ ଏବଂ ୨୦୧୯ରେ ସହ ପ୍ରତିଷ୍ଠାତା ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ