Masthead

ନେଟୱାର୍କ ନଥିବାରୁ ହନ୍ତସନ୍ତ ହେଉଛନ୍ତି ଛାତ୍ରଛାତ୍ରୀ

ବାଲିପାଟଣା (ବଡ଼ ଖବର ବ୍ୟୁରୋ): ଘରେ ଆସୁନି ମୋବାଇଲ ନେଟୱାର୍କ । କରୋନା ପାଇଁ ସ୍କୁଲ ଓ କଲେଜ ଖୋଲୁନଥିବାରୁ ରାଜ୍ୟ ସରକାର ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା କରିଛନ୍ତି । କିନ୍ତୁ ନେଟୱାର୍କର ଅସୁବିଧା ଥିବାରୁ ଗାଁର ପିଲା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ଘଟଣା ହେଉଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ କିଆଯୋଡି ଗାଁର । ପିଲାମାନେ ଗାଁରୁ ପାଞ୍ଚ ରୁ ଛଅ କିଲୋମିଟର ଦୂରରେ ଏକ ଗାଡ଼ିଆ କୂଳରେ ଖରାରେ ବସି ପାଠ ପଢୁଛନ୍ତି। ପାଖରେ ଜଙ୍ଗଲ ଥିବାରୁ ବନ୍ୟଜନ୍ତୁଙ୍କର ଭୟ ରହିଛି ।

ବ୍ଲକର ପ୍ରାୟ ସବୁ ଗାଁରେ ଏଭଳି ସ୍ଥିତି । ସମସ୍ୟା ଏଇଠି ସରିନି ସବୁ ପିଲାଙ୍କ ପାଖରେ ମୋବାଇଲ ନଥିବାରୁ କ୍ଳାସ ମଧ୍ୟ କରିପାରୁନାହାଁନ୍ତି । ସେଥିରେ ପୁଣି ବର୍ଷା ପବନ ହେଲେ ସଙ୍ଗେ ସଙ୍ଗେ ପାଠ ପଢା ବନ୍ଦ । ରାଜଧାନୀ ଉପକଣ୍ଠରେ ଏହି ସମସ୍ୟା ବହୁତ ଦିନର । ନେଟୱାର୍କ ସମସ୍ୟା ନେଇ ଉପଭୋକ୍ତା ମାନେ କମ୍ପାନୀଗୁଡିକୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବାଲିପାଟଣା ଅଞ୍ଚଳରେ ବିଭିନ୍ନ କମ୍ପାନୀର ମାଳମାଳ ଟାୱାର କିନ୍ତୁ ନେଟୱର୍କ ଘର ଶୂନ୍ୟ। ବିନା ନେଟୱର୍କରେ କମ୍ପାନୀଗୁଡିକ ଶୋଷଣ କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ