Masthead

କ୍ରିକେଟରୁ ଅବସର ନେଲେ ଲାସିଥ ମାଲିଙ୍ଗା

ନୂଆ ଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶ୍ରୀଲଙ୍କାର କିମ୍ବଦନ୍ତୀ ଦ୍ରୁତ ବୋଲର ଲାସିଥ ମାଲିଙ୍ଗା ସମସ୍ତ ପ୍ରକାର କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ଏହା ପୂର୍ବରୁ ଦିନିକିଆ ଓ ଟେଷ୍ଟ କ୍ରିକେଟରୁ ଲାସିଥ ମାଲିଙ୍ଗା ଅବସର ନେଇସାରିଥିଲେ । ଆଜି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି । ଏନେଇ ନିଜେ ମାଲିଙ୍ଗା ଟ୍ୱିଟ କରି ସୂଚନା ଦେଇଛନ୍ତି । ଅପରପକ୍ଷରେ ନିଜର ବୋଲିଂକୁ ନେଇ ସାରା ବିଶ୍ୱରେ ଲାସିଥ ମାଲିଙ୍ଗା ନିଜର ଅଲଗା ପରିଚୟ ସୃଷ୍ଟି କରିଛନ୍ତି ।

ଖାସ କରି ତାଙ୍କର ୟର୍କର ପାଇଁ । କାହିିଁକିନା ଡ଼େଥ ଓଭରରେ ମାଲିଙ୍ଗା ତାଙ୍କ ୟର୍କର ବୋଲିଂ କରି ବିପକ୍ଷ ଦଳର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥାନ୍ତି । ଅନ୍ୟପଟେ ଶ୍ରୀଲଙ୍କା ପକ୍ଷରୁ ମାଲିଙ୍ଗା ତିନୋଟି ଯାକ ଫର୍ମାଟରେ ୩୦ ଟେଷ୍ଟ, ୨୨୬ ଦିନିକିଆ ଓ ୮୪ ଟି-୨୦ ମ୍ୟାଚ୍ ଖେଳି ମୋଟ ୫୪୬ ୱିକେଟ୍ ନେଇଛନ୍ତି। ତାଙ୍କ ନାଁରେ ଟେଷ୍ଟରେ ୧୦୧ ୱିକେଟ୍, ଦିନିକିଆରେ ୩୩୮ ଏବଂ ଟି-୨୦ରେ ୧୦୭ ୱିକେଟ୍ ରହିଛି। ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ମାଲିଙ୍ଗା ଟପ୍ ୱିକେଟ୍ ଟେକର ବୋଲର ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ