Masthead

ଲଗାଣ ବର୍ଷାରେ ଦବିଗଲା କୂଅ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଲଗାଣ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର । ଲଗାତର ୩ ଦିନ ଲଗାଣ ବର୍ଷା ରେ ୧୦ଫୁଟ ତଳକୁ ଦବିଗଲା କୂଅ । ଆତଙ୍କିତ ଅବସ୍ତାରେ ଗ୍ରାମବାସୀ । ଭୁବନେଶ୍ୱର ଉପକଣ୍ଠ ବଡ଼ରଘୁନାଥପୁର ଗ୍ରାମରେ ଲଗାଣ ବର୍ଷା ଫଳରେ ୧୦-ଫୁଟ ତଳକୁ ଦାବିଯାଇଛି କୂଅ । ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ । ଆଜି ଅପରାହ୍ନ ସମୟରେ ହଠାତ ଭୂଇଁ ତଳକୁ ଦାବିବାକୁ ଲାଗିଥିଲା ଗ୍ରାମର କୂଅଟି । ହୋହାଲ୍ଲା ହୋଇ ଘରୁ ବାହାରି ଦୌଡ଼ି ଆସିଥିଲେ କିଛି ପରିବାର ଲୋକେ । ଏହି କୂଅ ଉପରେ ନିର୍ଭର କରିଥାନ୍ତି ୧୦୦ ଲୋକେ । ଏହି କୂଅ ଏବେ ୧୦ଫୁଟ ମାଟି ତଳେ ।

କୂଅଟି ଦବିବା ହେତୁ ପାଖକୁ ଲାଗିଥିବା ଛାତଘରମାନ ଏବେ ବିପଦ ସଂକୁଳ ଅବସ୍ଥାରେ । କୂଅ ଦାବିବାକୁ ନେଇ ଘରମାନ ଦାବି ଯିବାର ଆଶଙ୍କା କରି ଭୟଭୀତ ହୋଇ ଘରୁ ବାହାରିଆସିଥିଲେ ପରିବାର ଲୋକେ । ଏ ଅଘଟଣ ପ୍ରଥମ ଥର ଏ ଅଞ୍ଚଳରେ ହୋଇଥିବାରୁ ସମ୍ପୂର୍ଣ୍ଣ ଭୟଭୀତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ । ପିଲା ଛୁଆଙ୍କୁ ନେଇ ପରିବାର ରହୁଥିବା ବେଳେ ସୁରକ୍ଷାକୁ ଦୃଷ୍ଟିରେ ରôଖ ଏବେ ଘର ବାହାର ପଦାରେ ପରିବାର ସହ ବସିରହିଥିବା ଦେଖିବାକୁ ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା