Masthead

ଫୁଲୁଛି ମହାନଦୀ

କଟକ(ବଡ଼ ଖବର ବ୍ୟୁରୋ): ଫୁଲୁଛି ମହାନଦୀର ଜଳସ୍ତର। ମରମୁଳ ଠାରେ ମହାନଦୀର ଜଳସ୍ତର ପ୍ରତି ସେକେଣ୍ଡକୁ ୪ଲକ୍ଷ୫୩ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ମୁଣ୍ଡଳୀ ଠାରେ ମହାନଦୀର ବନ୍ୟାଜଳ ପହଞ୍ଚିବାକୁ ୧୦ରୁ୧୨ଘଣ୍ଟା ଲାଗିବ। ବର୍ତ୍ତମାନ ମୁଣ୍ଡଳୀ ଠାରେ ମହାନଦୀର ବନ୍ୟାଜଳ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ଏଠାରେ ଜଳସ୍ଥର କ୍ଷମତା ୯୫ଫୁଟ ଥିବା ବେଳେ ବିପଦ ସଂକେତ ତଳେ ବର୍ତ୍ତମାନ ମୁଣ୍ଡଳୀ ଠାରେ ୮୫ଫୁଟ ଜଳସ୍ଥର ଅଛି। ସେପଟେ ମହାନଦୀର ମୁଣ୍ଡଳୀ ଠାରେ ବନ୍ୟାଜଳ ସେକେଣ୍ଡକୁ ଆଜି ରାତି ୮ଟା ସୁଦ୍ଧା ୫ଲକ୍ଷ୧୭ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ମୁଣ୍ଡଳୀର ୧୯୮୨ ମସିହାକୁ ଦୃଷ୍ଟିରେ ରଖି ବିପଦ ସଙ୍କେତ ସେକେଣ୍ଡକୁ ୧୫ଲକ୍ଷ ଧାର୍ୟ୍ୟ କରାଯାଇଛି।

ଗତ ଦୁଇଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବା ଯୋଗୁଁ ଜ଼ିଲ୍ଲାର ବିଭିନ୍ନ ତଳି ଓ ଖାଲୁଆ ଅଞ୍ଚଳରେ ବର୍ଷା ପାଣି ଜମିବା ସହ ଲୋକଙ୍କ ଘରେ ପାଣି ପଶିଥିବା ସୂଚନା ମିଳିଛି । ମହାନଦୀରେ କ୍ରମାଗତ ଭାବେ ଜଳସ୍ତର ବଢୁଥିବା ବେଳେ, ତଳିଆ ଅଞ୍ଚଳର ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି। ଆସନ୍ତାକାଲି ସୁଦ୍ଧା ମହାନଦୀର ମୁଣ୍ଡଳୀ ଠାରେ ୬-୫୦ ହଜାର କ୍ୟୁସେକ ଯାକ ସେକେଣ୍ଡକୁ ପ୍ରବାହିତ ହେବ ବୋଲି ମୁଣ୍ଡଳୀ ବ୍ୟାରେଜ କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ତଥାପି ମହାନଦୀର ତଳ ମୁଣ୍ଡ ଓ ଉପର ମୁଣ୍ଡରେ କୌଣସି ବନ୍ୟା ଆଶଙ୍କା ନଥିବା ମୁଣ୍ଡଳୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି