ରାଜ୍ୟ ବୁଡ଼ିଛି, ଦାୟୀ କିଏ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲଗାଣ ବର୍ଷାରେ ବେହାଲ ସାରା ଓଡ଼ିଶା । ବିଶେଷ କରି ଭୁବନେଶ୍ୱର, କଟକ ଓ ପୁରୀର ସ୍ଥିତି ସଙ୍ଗୀନ । ସହରର ମଧ୍ୟରେ କୃତ୍ରିମ ବନ୍ୟା ସୃଷ୍ଟି କରିଛି ବର୍ଷା ପାଣି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ, ଲୋକଙ୍କ ଏପରି ସମୟରେ ରାଜନେତା ମାନେ କରୁଛନ୍ତି କ’ଣ? ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ଟ୍ୱିଟ ୱାର । ସରକାରଙ୍କୁ ବିରୋଧୀ ଦୋଷ ଦେଉଥିବା ବେଳେ ଅପାରଗତାରୁ ଲୋକଙ୍କୁ ବୁଡ଼ାଇଥବା ସରକାରଙ୍କ ତରଫରୁ ବି ହୋଇଛି କାଉଣ୍ଟର ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ପ୍ରଥମେ ଏକ ଟ୍ୱିଟ କରିଥିଲେ । ଯେଉଁଥିରେ ଭୁବନେଶ୍ୱରର କିଛି ଫଟୋ ସହିତ ଅପରାଜିତା ବିଜେଡି ସରକାରକୁ ଟାର୍ଗେଟ କରି ଲେଖିଥିଲେ “ ଏହା ହେଉଛି ଆଜିର ଭୁବନେଶ୍ୱର ସ୍ମାର୍ଟ ସିଟି! ୨୧ବର୍ଷର ଶାସନ ପରେ ଏଭଳି ପରିସ୍ଥିତି । ଡ୍ରେନ ସିଷ୍ଟମକୁ ଉନ୍ନତିକରଣ ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି । ଏହାପରେ ମଧ୍ୟ ଏହାକୁ ଯଥାର୍ଥ କରିପାରିବା କି?” ତେବେ କେବଳ ଏତିକି ନୁହେଁ ଭୁବନେଶ୍ୱର ରେଳ ଷ୍ଟେସନର ଏକ ଭିଡିଓ ସହିତ ମଧ୍ୟ ଏକ ଟ୍ୱିଟ କରିଛନ୍ତି ଅପରାଜିତା । ସରକାରଙ୍କୁ କୁମ୍ଭକର୍ଣ୍ଣ ସହିତ ତୁଳନା କରି ସେ ଲେଖିଛନ୍ତି ୨୧ ବର୍ଷର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗନ୍ତୁ । ଆମକୁ କହିଲେ ଆମେ ମଧ୍ୟ ସମର୍ଥନ କରିବୁୁ କିନ୍ତୁ ସରକାର ତୁମର । ଭୁବନେଶ୍ୱର ବାସୀଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ ବୋଲି ମଧ୍ୟ ସେ ଆହ୍ୱାନ କରିଛନ୍ତି ।

ସେପଟେ ଅପରାଜିତାଙ୍କ ଟ୍ୱିଟକୁ କାଉଣ୍ଟର କରିଛି ଶାସକ ବିଜେଡି । ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଅପରାଜିତାଙ୍କ ଟ୍ୱିଟରରେ ରିପ୍ଲାଏ ଦେଇ ଲେଖିଛନ୍ତି ଯେ, “ଅପରାଜିତାଙ୍କ ବିବୃତି ହାସ୍ୟାସ୍ପଦ । ଏହା ସାଂସଦ ଓ ପୂର୍ବରୁ ବିଏମସି କମିଶନର ଥିବା ଅପରାଜିତା ଷଢ଼ଙ୍ଗୀଙ୍କ ଅପାରଗତା ବୋଲି କହିଛନ୍ତି । ସେହିପରି ବିଜେପିକୁ ସମାଲୋଚନା କରି ଶ୍ରୀମୟୀ ଗୁଜୁରାଟ ମଡେଲ କଥା କହିଛନ୍ତି ।ଅହମ୍ମଦାବାଦରେ ବର୍ଷା ପରବର୍ତ୍ତୀ ବିକଳ ଚିତ୍ର ଦେଖିବାକୁ କହି ଟାର୍ଗେଟ କରିଛନ୍ତି । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ କହିଛନ୍ତି ଯେ, ସବୁ ବିଭାଗର ମିଳିତ ଉଦ୍ୟମ ରହିବା ଆବଶ୍ୟକ । ସବୁଆଡ଼େ ବର୍ଷା ପାଣି । ସ୍ଥିତି ବେହାଲ । ସହର ମାନଙ୍କରେ ଡ୍ରେନ ପାଣି ଆସି ଘରେ ଲହଡ଼ି ଭାଙ୍ଗୁଛି ।

ତେବେ ଏହା କେବଳ ଏ ବର୍ଷର ସ୍ଥିତି ନୁହେଁ । ପ୍ରତିବର୍ଷ ବର୍ଷା ହେବା ମାତ୍ରେ କଟକ, ଭୁବନେଶ୍ୱରରେ ସହରବାସୀ ମାନେ ମୁଖ୍ୟତଃ ଡେେନେଜ ସମସ୍ୟା ଭୋଗୁଛନ୍ତି । ପ୍ରତିବର୍ଷ ଏପରି ରାଜନୈତିକ ବୟାନ ବାଜି ହେଉଛି । ଶାସକ ବିରୋଧୀ ପରସ୍ପର ଉପରେ ଦୋଷ ଦେଇ ବସିପଡ଼ୁଛନ୍ତି । ଆଉ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ