ସ୍ବାଭାବିକଠାରୁ ୯୮% ଅଧିକ ବର୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗତ ୧୧ରୁ ସାରା ରାଜ୍ୟ ଭାସୁଛି ବର୍ଷାରେ । ଲଗାଣ ବର୍ଷା କାରଣରୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇରହିଛି । ତେବେ ଦେଖିବାକୁ ଗଲେ ସେପ୍ଟେମ୍ବରେ ରେକର୍ଡ ସୃଷ୍ଟି କରିଛି ବର୍ଷା । ରାଜ୍ୟରେ ‌ସ୍ବାଭାବିକଠାରୁ ୯୮% ଅଧିକ ବର୍ଷା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ସେପ୍ଟେମ୍ବର ୧ରୁ ୧୪ ତାରିଖ ମଧ୍ୟରେ ରାଜ୍ୟରେ ସର୍ବମୋଟ୍‌ ୨୫୦.୪ ମିମି ବର୍ଷା ହୋଇଯାଇଛି।

ସ୍ବାଭାବିକ ଭାବେ ସେପ୍ଟେମ୍ବର ୧ରୁ ୩୦ ତାରିଖ ମଧ୍ୟରେ ରାଜ୍ୟରେ ୨୨୬ ମିମି ବର୍ଷା ହୋଇଥାଏ। ଅର୍ଥାତ ଏବେ ସୁଦ୍ଧା ରାଜ୍ୟରେ ସେପ୍ଟେମ୍ବର ବର୍ଷା ୯୮% ଅଧିକ ରହିଛି। ଏପରିକି ସେପ୍ଟେମ୍ବରରେ ସମୁଦାୟ ବର୍ଷାର ମଧ୍ୟ ୧୦% ଅଧିକ ବର୍ଷା ବର୍ତ୍ତମାନ ସୁଦ୍ଧା ହୋଇସାରିଛି। ୧୩ ଓ ୧୪ରେ ରାଜ୍ୟରେ ହାରାହାରି ୧୩୫.୬ ମିମି ବର୍ଷା ହୋଇଛି। ସେପ୍ଟେମ୍ବର ବର୍ଷାର ୬୦% ବର୍ଷା କେବଳ ଏହି ଦୁଇ ଦିନରେ ହୋଇଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ