Masthead

ଜଳବନ୍ଦୀରେ ଜୀବନ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଲଘୁଚାପ ଯୋଗୁ ଅସ୍ତରଙ୍ଗର ଅନେକ ଅଂଚଳ ଜଳମଗ୍ନ । ବର୍ଷା ଛାଡ଼ିଛି, କିନ୍ତୁ ଦୁର୍ଦ୍ଦଶା ବଢିଛି । ଲଘୁଚାପ ବର୍ଷା ଗତ ତିନି ଦିନ ହେଲା ଅସ୍ତରଙ୍ଗ ଅଂଚଳରେ ବେହାଲ ପରିସ୍ଥିତି ସୃଷ୍ଟି କରିଛି । ଅସ୍ତରଙ୍ଗ ବ୍ଲକ ତଳିଆ ଅଂଚଳ ଯଥା ତାଳଦା, ଅସନ, ନୂଆଗଡ, ଅଙ୍କୁଅ, କନ୍ତପହଁରା,ସହନ, ମାଣ୍ଡୁକି, କୋରଣା, ଶିଶୁଅ,ବଳଭଦ୍ରପୁରର ତଡା , କେଉଟଜଙ୍ଘା ସମେତ ଅନେକ ସ୍ଥାନରେ ଯାହାକି ଏକପ୍ରକାର କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଅନେକ ସ୍ଥାନରେ ଚାଳ ଛପର ଓ କଚା ଘର ଭିତରେ ପାଣି ପ୍ରବେଶ କରି ଭୁସୁଡ଼ି ପଡିଛିା ଛୁରିଆନା ପଂଚାୟତର ବଳଭଦ୍ରପୁର ତଡାର ଚବିଶି ପରିବାର, ତାହା ସହ ଅସ୍ତରଙ୍ଗ ପଂଚାୟତ ଅଧିନସ୍ଥ କନ୍ତପହଁରା ଅନେକ ଲୋକ ଜଳମଗ୍ନ ହୋଇ ବାହ୍ୟଜଗତରୁ ବିଛିନ୍ନ ଯାହାକି ଜଳମଗ୍ନ ଅବସ୍ଥାରେ ଅଛନ୍ତି । ତଳିଆ ଅଂଚଳରେ ଅନେକ ଗାଁ ପାଣି ଘେରରେ ଅଛନ୍ତି ଯାହାକି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛନ୍ତି । ସହନ ଓ କନ୍ତପହଁରା ମୁଖ୍ୟ ରାସ୍ତାରେ ପ୍ରାୟ ଚାରିଫୁଟ ଉଚ୍ଚର ପାଣି ମଧ୍ୟ୍ୟ ଚାଲୁଛି ।

ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବାରୁ ଲୋକ ମାନେ ଅନ୍ୟ ଲୋକଙ୍କ ଘରେ ଆଶ୍ରୟ ନେଇଛନ୍ତିା ଅସ୍ତରଙ୍ଗ ଅଂଚଳ ଅନେକ ଚାଷ ଜମି ଓ ପାନ ବରଜ ରେ ପାଣି ଜମି ରହିଛି । ତାହା ସହ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ ନାୟକ, ବିଡିଓ ବେବିତା ମଞ୍ଜରୀ ନାୟକ ଓ ତହସିଲଦାର ରାଜଲକ୍ଷ୍ମୀ ନାୟକ ବିଭିନ୍ନ ଅଂଚଳ ପରିଦର୍ଶନ କରୁଛନ୍ତିା

ଯାହାକି ଗତକାଲି ଅସ୍ତରଙ୍ଗ ବ୍ଲକ ୫୩୦ମିମି ବର୍ଷା ଯାହାକି ଅସ୍ତରଙ୍ଗ ଅଂଚଳ କୁ ଏକପ୍ରକାର ଜଳମଗ୍ନ କରିଦେଇଛି । ଅସ୍ତରଙ୍ଗ ବ୍ଲକ ଅନେକ ଲୋକଙ୍କ ଘରେ ପାଣି ପ୍ରବେଶ କରିବା ଦ୍ୱାରା ଘରର କାନ୍ଥ ପଡି ଗାଈଗୋରଙ୍କ ମୃତ୍ୟୁ ହୋଇଛନ୍ତି । ଅନେକ ଗ୍ରାମରେ ଡ୍ରେନେଜ ସୁବିଧା ନ ଥିବାରୁ ଯାହାକି ପାଣି ନିଷ୍କାସନ କରିବାକୁ ସୁବିଧା ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ