Masthead

ଭୁଲରେ ଟଙ୍କା ପଠାଇ ଫେରସ୍ତ ମାଗିଲା ବ୍ୟାଙ୍କ, ବ୍ୟକ୍ତି କହିଲେ ମୋଦି ଦେଲେ ଦେବି କାହିଁକି?

ପାଟନା(ବଡ଼ ଖବର ବ୍ୟୁରୋ): ବ୍ୟାଙ୍କର ଭୁଲ ଯୋଗୁଁ ଜଣେ ବ୍ୟକ୍ତଙ୍କ ଆକାଉଣ୍ଟକୁ ଗଲା ୧.୬୧ ଲକ୍ଷ ଟଙ୍କା । ଆଉ ବ୍ୟକ୍ତି ଜଣଙ୍କୁ ଯେବେ ସେହି ଟଙ୍କା ଫେରାଇବାକୁ କୁହାଗଲା ସେ କିନ୍ତୁ ଏହାକୁ ଦେବାପାଇଁ ସିଧାସଳଖ ମନା କରିଦେଇଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଯେଉଁ କାରଣ ଦେଖାଇ ମନା କରୁଛନ୍ତି ତାହା ବର୍ତ୍ତମାନ ଭାଇରାଲ ହେଉଛି । ବ୍ୟକ୍ତି ଜଣକ କହିଛନ୍ତି ମତେ ଆର୍ଥିକ ସହାୟତା ଦୃଷ୍ଟିରୁ ଏହି ଟଙ୍କା ପ୍ରଧାନମନ୍ତ୍ରୀ ମୋଦି ପଠାଇଛନ୍ତି । ତେଣୁ ମୁଁ ଏହାକୁ ଫେରାଇବି କାହିଁକି?

ଘଟଣାଟି ଘଟିଛି ବିହାରରେ ମାନସୀ ବ୍ଲକ୍‌ ସ୍ଥିତ ଦକ୍ଷିଣ ଗ୍ରାମୀଣ ବ୍ୟାଙ୍କର ବଖ୍‌ତିୟାରପୁର ଶାଖାର ଜଣେ କର୍ମଚାରୀ ଭୁଲ୍‌ରେ ଖଗରିଆର ରଞ୍ଜିତ କୁମାର ଦାସଙ୍କ ଆକାଉଣ୍ଟକୁ ଆଉ ଜଣେ ଗ୍ରାହକଙ୍କ ଆକାଉଣ୍ଟରୁ ୧.୬୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରି ଦେଇଥିଲେ। ନିଜ ଜମାଖାତାରେ ଏକାବେଳେ ଏତେ ଟଙ୍କା ଦେଖି ରଞ୍ଜିତ ଆଶ୍ଚର୍ୟ୍ୟ ହୋଇଯାଇଥିଲା। ସେ ଭାବିଥିଲେ ସରକାରଙ୍କ ପକ୍ଷରୁ ଏହି ଟଙ୍କା ତାଙ୍କ ବ୍ୟାଙ୍କ ଆକାଣ୍ଟରେ ଜମା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୌଣସି ଯୋଜନାରୁ ତାଙ୍କୁ ଏହି ଆର୍ଥିକ ସହାୟତା ମିଳିଥିବା ସେ ଭାବି ନେଇଥିଲେ। ସେ ଉକ୍ତ ଟଙ୍କାକୁ ଅଳ୍ପ ଅଳ୍ପ କରି ଉଠାଇ ନିଜ ଆବଶ୍ୟକତା ପୂରଣ କରି ଥିଲେ।

ସେ ଉକ୍ତ ଜମା ଟଙ୍କାରୁ ଏକ ମୋଟା ଭାଗ ଖର୍ଚ୍ଚ କରିସାରିଛନ୍ତି। ରଞ୍ଜିତଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ସାରିବାର ବେଶ୍ କିଛି ଦିନ ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ତ୍ରୁଟି ଜାଣିପାରିଥିଲେ। ଏହା ପରେ ବ୍ୟାଙ୍କ କର୍ମଚାରୀ ରଞ୍ଜିତଙ୍କ ପାଖକୁ ଯାଇଥିଲେ ଓ ଟଙ୍କା ଫେରାଇ ଦେବା ପାଇଁ କହିଥିଲେ। ତେବେ ରଞ୍ଜିତ ସେମାନଙ୍କୁ ଟଙ୍କା ଫେରସ୍ତ କରିବେ ନାହିଁ ବୋଲି ସଫାସଫା କହି ଦେଇଥିଲେ। ସେ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପାଖକୁ ଏ ଟଙ୍କା ପଠାଇଛନ୍ତି।

ବ୍ୟାଙ୍କ କର୍ତ୍ତୃପକ୍ଷ ରଞ୍ଜିତଙ୍କ ନାଁରେ ନୋଟିସ୍ ଜାରି କରିଥିଲେ। ତଥାପି ସେ ଟଙ୍କା ଫେରାଇବାକୁ ମନା କରିଥିଲେ। ଏହା ପରେ ବ୍ୟାଙ୍କ ମ୍ୟାନେଜର ତାଙ୍କ ବିରୋଧରେ ମାନସୀ ଥାନାରେ ଏତଲା ଦେଇଥିଲେ। ପୁଲିସ୍ ରଞ୍ଚିତଙ୍କୁ ଗିରଫ କରି ଜେଲ୍‌କୁ ପଠାଇ ଦେଇଛି। ସୂଚନାଯୋଗ୍ୟ, ତାରା ଦେବୀ ନାମକ ଜଣେ ୮୫ ବର୍ଷୀୟା ବୃଦ୍ଧାଙ୍କ ଆକାଉଣ୍ଟରୁ ଏହି ଟଙ୍କା ରଞ୍ଜିତ ଆକାଉଣ୍ଟକୁ ଚାଲିଯାଇଥିଲା।

ତାରା ଦେବୀ ଏ ବିଷୟରେ ଜାଣିବା ପରେ ତାଙ୍କ ପରିବାର ଲୋକେ ବ୍ୟାଙ୍କ ମ୍ୟାନେଜରଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ତା’ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହା ସେମାନଙ୍କ ତ୍ରୁଟି ବୋଲି ଜାଣିବାକୁ ପାଇଥିଲେ ଓ ରଞ୍ଜିତଙ୍କୁ ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରିଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ