Masthead

ମାଓବାଦୀ-ପୋଲିସ ଗୁଳିବିନିମୟ, ଟପ ମାଓ ନେତା ଚମ୍ପଟ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଲକାନଗିରି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ମାଲକାନଗିରି ଏବଂ କୋରାପୁଟ ପୋଲିସ ମିଳିତ ଅପରେସନରେ ଏକ ମାଓବାଦୀ କ୍ୟାମ୍ପ ମାଲକାନଗିରି ଜିଲ୍ଲା ବବଳିପାହାଡ଼ ଏବଂ କୁଂଖରୀଜଙ୍ଗଲରେ ରହିଥିବା ଖବର ପାଇଥିଲେ। ଏହି ଆଧାରରେ ଅପରେସନ ସମୟରେ ମାଓବାଦୀ ଏବଂ ସୁରକ୍ଷାବହିନୀ ମଧ୍ୟରେ ବହୁ ସମୟଧରି ଗୁଳି ବିନିମୟ ଘଟିଥିଲା। ଟପ ମାଓ ନେତା ସୁରେଶ ଏହି ସ୍ଥାନ ଛାଡି ଛତ୍ରଭଙ୍ଗ ଦେଇଥିଲା।

ପରେ ଯବାନମାନେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଘଟଣାସ୍ଥଳରୁ ବହୁ ମାଓ ସାମଗ୍ରୀ ଜବତ ହୋଇଛି। ୩୦୩ ରାଇଫଲ, ମଗାଜିନ ,ଗୁଳି , ଔଷଧ, ୱାକିଟକି , ପୋଷାକ, ଜୋତା ସହ ବହୁ ଜିନିଷ ଜବତ କରିବାରେ ପୋଲିସ ସଫଳ ହୋଇଛି। ଗତ ୧୪ ତାରିଖରେ କୋରାପୁଟ ପୋଲିସ ଏସଜେଡସି କ୍ୟାଡରର ମାଓବାଦୀ ମହେନ୍ଦ୍ରକୁ ଗିରଫ ପରେ ଏହି ସଫଳତା ମିଳିଥିବା ମାଲକାନଗିରି ଏସ୍ପି କହିଛନ୍ତି। ଏହା ସହ ମାଓବାଦୀ ସଂଗଠନ ସହ ଜଡିତ ଥିବା କ୍ୟାଡର ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ମୁଖ୍ୟସ୍ରୋତରେ ସାମିଲ ହେବାକୁ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ