Masthead

‘ପିପ୍ପା’ର ସୁଟିଂ ଆରମ୍ଭ କଲେ ଇଶାନ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡ ଜଗତରରେ ନୂଆ ନୂଆ ପାଦ ରଖିଥିବା ଅଭିନେତା ଇଶାନ ଖଟର ଏବେ ସୁଟିଂ ଆମ୍ଭ କରିଛନ୍ତି ତାଙ୍କ ଆଗାମୀ ଫିଲ୍ମ ପାଇଁ । ‘ଖାଲି ପିଲି’ ପରେ ଏବେ ସେ ଦେଖିବାକୁ ମିଳିବେ ଅପକମିଙ୍ଗ ଫିଲ୍ମ ‘ପିପ୍ପା’ରେ । ଯାହାର ସୁଟିଂ ସେ ନିକଟରେ ଆରମ୍ଭ କରିଛନ୍ତି । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମୁଭିର ଏକ ପୋଷ୍ଟର ସେୟାର କରି ସେ ଫ୍ୟାନ୍ସଙ୍କୁ ଏହି ଖବର ଜଣାଇଛନ୍ତି । ସିଦ୍ଧାର୍ଥ ରୟ କପୁର ଓ ରୋନି ସ୍କ୍ରୁଭାଲାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି ରାଜା କୃଷ୍ଣ ମେନନ୍ ।

ତେବେ ଏହି ମୁଭି ହେଉଛି ଏକ ଅକ୍ସନ୍ ପ୍ୟାକ୍ ଫାଇଟ୍ ମୁଭି ଯାହାକି ଭେଟେରାନ ମିଲିଟାରି ବ୍ରିଗେଡିୟର୍ ବଳରାମ ସିଂ ମେହେଟ୍ଟାଙ୍କ ‘ଦି ବର୍ଣ୍ଣିଂ ଚାଫିସ୍’ ପୁସ୍ତକ ଉପରେ ଆଧାରିତ । ଏହି ଚଳଚିତ୍ରର ମୁଖ୍ୟ କେନ୍ଦ୍ର ହେଉଛି ଲୋକପ୍ରିୟ ଯୁଦ୍ଧ ଟ୍ୟାଙ୍କ୍ ଯାହାକୁ ସେହ୍ନପୂର୍ଣ୍ଣ ଭାବରେ ‘ପିପ୍ପା’ କୁହାଯାଏ । ମୁଭିରେ ଇଶାନଙ୍କ ବିପକ୍ଷରେ ଅଭିନେତ୍ରୀ ଶ୍ରିନାଲ ଠାକୁରଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଦୁହିଁଙ୍କ ଯୋଡି ପ୍ରଥମ ଥର ପାଇଁ ପରଦାରେ ନଜର ଆସୁଥିବାରୁ ଦୁହେଁ ନିଜ ଭୂମିକାକୁ ନେଇ ମଧ୍ୟ ବେଶ୍ ଖୁସି ଅଛନ୍ତି । ଏହା ବ୍ୟତୀତ ଇଶାନ ଖଟ୍ଟରଙ୍କୁ ଅପକମିଙ୍ଗ ମୁଭି ‘ଫୋନ୍ ଭୂତ୍’ରେ ବି ଦେଖିବାକୁ ମିଳିବ । ଏଥିରେ ସେ ସିଦ୍ଧାର୍ଥ ଚର୍ତୁବେଦୀ ଓ କ୍ୟାଟ୍ରିନା କୈଫଙ୍କ ସହ ସ୍କ୍ରିନ୍ ସେୟାର କରିବେ । ତେବେ ଇଶାନ ଖଟ୍ଟର ହେଉଛନ୍ତି ଜଣେ ଷ୍ଟାର କିଡ୍ । ଇଣ୍ଡିଆନ ଫିଲ୍ମ ଆକ୍ଟର ରାଜେଶ ଖଟ୍ଟରଙ୍କ ପୁଅ ଏବଂ ସାହିଦ କପୁରଙ୍କ କଜିନ୍ ଭାଇ ହେଉଛନ୍ତି ଇଶାନ ।

ପ୍ରଥମେ ସେ ବି ଟାଉଡନରେ ଶିଶୁ କଳାକାର ଭାବେ ନିଜ ଅଭିନୟ ଆରମ୍ଭ କରିଥିଲେ । ପରେ ୨୦୧୭ରେ ଫିଲ୍ମ ‘ବେୟଣ୍ଡ ଦ କ୍ଲାଉଡସ୍’ ମଧ୍ୟମରେ ସେ ଲିଡ୍ କ୍ୟାରେକ୍ଟର ଭାବେ ନଜର ଆସିଥିଲେ । ଏହି ମୁଭି ପରେ ତାଙ୍କୁ ସୁପରହିଟ୍ ଫିଲ୍ମ ‘ଧଡକ୍’ରେ ଦେଖିବାକୁ ମିଳିଥିଲା । ଯାହାକି ସକ୍ସସେସ୍ ହୋଇଥିଲା ବକ୍ସ ଅଫିସରେ । ଧଡକ୍ ରେ ଜାହ୍ନବୀ କପୁରଙ୍କ ସହ ତାଙ୍କ କେମେଷ୍ଟ୍ରିକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ପରେ ପରେ ରିଲିଜ ହୋଇଥିଲା ତାଙ୍କ ଅଭିନୀତ ମୁଭି ‘ଖାଲିପିଲି’ । ଯେଉଁଥିରେ ସେ ଅନନ୍ୟା ପାଣ୍ଡେଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ । ତେବେ ଆଗକୁ ତାଙ୍କ ଅପକିମଙ୍ଗ୍ ମୁଭିରେ ସେ କେତେ ମାତ୍ରାରେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା