ବାହାରିଲା ICMR ରିପୋର୍ଟ; ଟୀକାକରଣର ୪ ମାସ ମଧ୍ୟରେ ହ୍ରାସ ପାଉଛି କୋଭିଡ଼ ଆଣ୍ଟିବଡ଼ି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାରା ଦେଶରେ ଦିନକୁ ଦିନ କରୋନାସ୍ଥିତି ଆୟତ୍ତ୍ୱ ହେବାରେ ଲାଗିଛି । ଏହା ମଧ୍ୟରେ ଏକ ତଥ୍ୟ ପ୍ରକାଶ ପାଇଛି । ତେବେ ଭୁବନେଶ୍ୱରର ଆଇସିଏମଆର ଆଞ୍ଚଳିକ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟରରେ ୬୧୪ ଜଣ ଟୀକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ପରୀକ୍ଷା କରାଯାଇଥିଲା । ଟୀକାକରଣର ମାତ୍ର ୪ ମାସ ମଧ୍ୟରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ କୋଭିଡ ଆଣ୍ଟିବଡ଼ି କ୍ରମାଗତ ହ୍ରାସ ପାଇଥିଲା । ଅପରପକ୍ଷରେ ଯେତେବେଳେ ଭାରତରେ ମାରାତ୍ମକ ଡ଼େଲଟା ଭାରିଆଣ୍ଟ ବୃଦ୍ଧି ପାଇଥିଲା । ସେହି ସମୟରେ ଏହି ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି । ୩୦୮ଜଣଙ୍କୁ କୋଭିଶିଲ୍ଡ ଟୀକା ଏବଂ ୩୦୬ ଜଣଙ୍କୁ କୋଭାକ୍ସିନର ଦୁଇଟି ଡ଼ୋଜ ଦିଆଯାଇଥିଲା ।

ଏହି ୬୧୪ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ମଧ୍ୟରୁ ୮୧ ଜଣ ପ୍ରଥମଥର ପାଇଁ କୋଭିଡ଼ ସଂକ୍ରମିତ ହୋଇଥିଲେ । ଏହା ସହ ୨୫୭ ଜଣ ସଂକ୍ରମିତଙ୍କୁ ଉଭୟ ଡ଼ୋଜର ଟୀକା ଦେବା ପରେ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବାର ଦେଖିବାକୁ ମିଳିଛି । ଯେଉଁମାନେ କୋଭାକ୍ସିନ ପାଇଥିଲେ ସେମାନଙ୍କ ପାଇଁ ଆଣ୍ଟିବଡ଼ି ସ୍ତର ଯଥେଷ୍ଟ ହ୍ରାସ ପାଇବାରେ ଲାଗିଥିଲା । ଏବଂ ପ୍ରଥମ ଟୀକା ନେବା ପରେ ୬ ମାସ ପରେ କୋଭିସିଲ୍ଡ ପ୍ରାପ୍ତକର୍ତ୍ତାଙ୍କ ପାଇଁ ଆଣ୍ଟିବଡ଼ି ଯଥେଷ୍ଟ ହ୍ରାସ ପାଇବାରେ ଲାଗିଥିଲା । ସେହିପରି କୋଭାକ୍ସିନ ଟୀକାକରଣ ପରେ ଦ୍ୱିତୀୟ ମାସରେ ଆଣ୍ଟିବଡ଼ି ହ୍ରାସ ପାଇବାରେ ଲାଗିଲା । କୋଭିଶିଲ୍ଟରେ ଟୀକାକରଣର ଚତୁର୍ଥ ମାସ ପରେ ଆଣ୍ଟିବଡ଼ି ହ୍ରାସ ପାଇବାରେ ଲାଗିଛି ବୋଲି ଏହି ଅଧ୍ୟୟନରୁ ଜଣାପଡ଼ିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ