Masthead

ବିକଶିତ ଜିଲ୍ଲାର ବିକଳ ଚିତ୍ର

କେନ୍ଦ୍ରାପଡା (ବଡ଼ ଖବର ବ୍ୟୁରୋ): ଗ୍ରାମାଞ୍ଚଳର ବିକାଶ ଲାଗି ସରକାର କରିଛନ୍ତି ବିଭିନ୍ନ ଯୋଜନା । ସବୁ ଚାଲିଛି କାଗତପତ୍ରରେ । ନାଁ ଅଛି ବିଜୁଳି, ନାଁ ରାସ୍ତା । ଆମେ କୋରାପୁଟ କି ମାଲକାନଗିରିର ଭଳି କୌଣସି ଅପହଞ୍ଚ ଇଲାକା କଥା କହୁନାହୁଁ । ଆମେ କହୁଛୁ ବିକଶିତ ଜିଲ୍ଲା କୁହାଯାଉଥିବା କେନ୍ଦ୍ରାପଡା କସାଂର ପଞ୍ଚାୟତ ଚନ୍ଦନପୁର ଜେନାସାହିର କଥା । ସ୍ୱାଧୀନତାର ୭୪ବର୍ଷ ପରେ ମଧ୍ୟ ଜେନାସାହିକୁ ଭଲ ରାସ୍ତା ନାହିଁ । ଅସରାଏ ବର୍ଷା ହେଲେ ରାସ୍ତାରେ ଜମିରହୁଛି ଆଣ୍ଠୁଏ ପାଣି । ଲୋକେ ଜଳବନ୍ଦୀ ହୋଇଯାଉଛନ୍ତି । ସାପ କାମୁଡ଼ାରେ ମଧ୍ୟ ଅନେକଙ୍କ ଜୀବନ ଯାଉଛି । ବିଜୁଳି ଏମାନଙ୍କ ଲାଗି ସାତସପନ । ଆଜିବି ଡିବିରି ଆଲୁଅରେ ଭବିଷ୍ୟତ ଗଢୁଛନ୍ତି ଛୋଟ ଛୋଟ ପିଲା ।

କେନ୍ଦ୍ରାପଡ଼ା ଭଳି ବିକଶିତ ଜିଲ୍ଲାରେ ଏଭଳି ଦୃଶ୍ୟ ନିନ୍ଦନୀୟ ନିଶ୍ଚୟ । ସ୍ୱାଭିମାନର କଥା କହି ନିର୍ବାଚନ ଲଢୁଥିବା ନେତାଙ୍କ ଦୃଷ୍ଟି ଜେନାସାହି ଉପରେ ପଡିନାହିଁ । ଜିଲ୍ଲାର ବହୁ ତୁଙ୍ଗନେତା ରାଜ୍ୟର ବିକାଶ କଥା କହୁଥିବା ବେଳେ ନିଜ ଅଞ୍ଚଳର ବିକଳ ଦୃଶ୍ୟ ସେମାନଙ୍କ ନଜରକୁ ଆସୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଲୋକେ ବାରମ୍ବାର ଧାଇଁ ଧାଇଁ ଥକିଗଲେଣି । ସେମାନଙ୍କ ଗୁହାରି କେହି ଶୁଣୁନାହାନ୍ତି । ଖାଲି ମିଳୁଛି ପ୍ରତିଶ୍ରୃତି ପରେ ପ୍ରତିଶ୍ରୁତି । ସରକାରୀ ଫାଇଲ ତଳେ ଚାପିହୋଇ ରହିଛି ଜେନାସାହିବାସୀଙ୍କ ଭାଗ୍ୟ ଓ ଭବିଷ୍ୟତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା