Masthead

ବିକଶିତ ଜିଲ୍ଲାର ବିକଳ ଚିତ୍ର

କେନ୍ଦ୍ରାପଡା (ବଡ଼ ଖବର ବ୍ୟୁରୋ): ଗ୍ରାମାଞ୍ଚଳର ବିକାଶ ଲାଗି ସରକାର କରିଛନ୍ତି ବିଭିନ୍ନ ଯୋଜନା । ସବୁ ଚାଲିଛି କାଗତପତ୍ରରେ । ନାଁ ଅଛି ବିଜୁଳି, ନାଁ ରାସ୍ତା । ଆମେ କୋରାପୁଟ କି ମାଲକାନଗିରିର ଭଳି କୌଣସି ଅପହଞ୍ଚ ଇଲାକା କଥା କହୁନାହୁଁ । ଆମେ କହୁଛୁ ବିକଶିତ ଜିଲ୍ଲା କୁହାଯାଉଥିବା କେନ୍ଦ୍ରାପଡା କସାଂର ପଞ୍ଚାୟତ ଚନ୍ଦନପୁର ଜେନାସାହିର କଥା । ସ୍ୱାଧୀନତାର ୭୪ବର୍ଷ ପରେ ମଧ୍ୟ ଜେନାସାହିକୁ ଭଲ ରାସ୍ତା ନାହିଁ । ଅସରାଏ ବର୍ଷା ହେଲେ ରାସ୍ତାରେ ଜମିରହୁଛି ଆଣ୍ଠୁଏ ପାଣି । ଲୋକେ ଜଳବନ୍ଦୀ ହୋଇଯାଉଛନ୍ତି । ସାପ କାମୁଡ଼ାରେ ମଧ୍ୟ ଅନେକଙ୍କ ଜୀବନ ଯାଉଛି । ବିଜୁଳି ଏମାନଙ୍କ ଲାଗି ସାତସପନ । ଆଜିବି ଡିବିରି ଆଲୁଅରେ ଭବିଷ୍ୟତ ଗଢୁଛନ୍ତି ଛୋଟ ଛୋଟ ପିଲା ।

କେନ୍ଦ୍ରାପଡ଼ା ଭଳି ବିକଶିତ ଜିଲ୍ଲାରେ ଏଭଳି ଦୃଶ୍ୟ ନିନ୍ଦନୀୟ ନିଶ୍ଚୟ । ସ୍ୱାଭିମାନର କଥା କହି ନିର୍ବାଚନ ଲଢୁଥିବା ନେତାଙ୍କ ଦୃଷ୍ଟି ଜେନାସାହି ଉପରେ ପଡିନାହିଁ । ଜିଲ୍ଲାର ବହୁ ତୁଙ୍ଗନେତା ରାଜ୍ୟର ବିକାଶ କଥା କହୁଥିବା ବେଳେ ନିଜ ଅଞ୍ଚଳର ବିକଳ ଦୃଶ୍ୟ ସେମାନଙ୍କ ନଜରକୁ ଆସୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଲୋକେ ବାରମ୍ବାର ଧାଇଁ ଧାଇଁ ଥକିଗଲେଣି । ସେମାନଙ୍କ ଗୁହାରି କେହି ଶୁଣୁନାହାନ୍ତି । ଖାଲି ମିଳୁଛି ପ୍ରତିଶ୍ରୃତି ପରେ ପ୍ରତିଶ୍ରୁତି । ସରକାରୀ ଫାଇଲ ତଳେ ଚାପିହୋଇ ରହିଛି ଜେନାସାହିବାସୀଙ୍କ ଭାଗ୍ୟ ଓ ଭବିଷ୍ୟତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ