Masthead

ସରକାରୀ ସ୍କୁଲରେ ପିଲା ନାହାନ୍ତି, ଯେଉଁଠି ପିଲା ଅଛନ୍ତି ସେଠାରେ ଅଣଦେଖା!

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଜିଲ୍ଲାରେ ଅଧିକ ପିଲା ଥିବା ହାଇସ୍କୁଲକୁ ରାଜ୍ୟ ସରକାରଙ୍କ ଅଣଦେଖା । ସ୍ମାର୍ଟ ସ୍କୁଲ ଏବଂ ୫କୋଟିର ଅନୁଦାନ ରାଶିରୁ ବଞ୍ଚିତ ଏହି ସ୍କୁଲ । ସରକାର ଶିକ୍ଷାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱରରେ ଥିବା ବହୁ ପୁରାତନ ସ୍କୁଲ ଅପର୍ତ୍ତିଚରଣ ଉଚ୍ଚ ବିଦ୍ୟାଳୟ ଯାହା୧୯୫୮ମସିହା ଠାରୁ ଅନବରତ ଶିକ୍ଷାଦାନ କରିଆସିଛି । ଏହି ସ୍କୁଲକୁ ରାଜ୍ୟ ସରକାର ଅଣଦେଖା କରୁଥିବା କଥା ନଜରକୁ ଆସିଛି।

ଏହି ସ୍କୁଲରେ ଶିକ୍ଷା ଅର୍ଜନକରି ବହୁ ଗୁଣି ଜ୍ଞାନୀମାନେ ଦେଶ ବିଦେଶରେ ନାମ ରଖିଥିବା ବେଳେ ବର୍ତ୍ତମାନ ଭାରତୀୟ ପାଣିପାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପାଇଁ ଆଜି ଏହି ସ୍କୁଲପାଇଁ ଉଦାହରଣ ସାଜିଛି। ଏହି ସ୍କୁଲ ୯୭୨ ଛାତ୍ରଛାତ୍ରୀ ଥିବାବେଳେ ମାତ୍ର ୮ଟି ଶିକ୍ଷକଙ୍କୁ ନେଇ ଶିକ୍ଷାଦାନ ଚାଲୁଥିବା ଦେଖିବାକୁ ମିଳୁଛି। ଜଣେ କିରାଣୀ ଏବଂ ଜଣେ ପିଅନ ଡେପୁଟିସନରେ ସପ୍ତାକୁ ୩ଦିନ ସ୍କୁଲକୁ ଆସିଥାନ୍ତି।

ଅନ୍ୟ ଦିନ ମାନଙ୍କରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସ୍କୁଲରେ ଝାଡୁ ମାରୁଥିବା ମଧ୍ୟ ନଜରକୁ ଆସୁଛି। ଏଭଳି ସ୍ଥଳେ ରାଜ୍ୟ ସରକାର ଘୋଷଣା କରିଥିବା ଭଦ୍ରକ ଜିଲ୍ଲାରେ ୧୭ଟି ସ୍ମାର୍ଟସ୍କୁଲ ଓ ପ୍ରତେକ ସ୍କୁଲକୁ ୩୦ଲକ୍ଷ ଟଙ୍କା ଉନ୍ନତି କରଣ ପାଇଁ ଆସିଥିବା ବେଳେ ଏହି ସମସ୍ତ କାର୍ଯ୍ୟରୁ ଏହି ସ୍କୁଲକୁ ବଞ୍ଚିତ କରାଯାଇଥିବା ଦେଖିବାକୁ ମିଳୁଛି। ଏବେ ସ୍କୁଲରେ ଭୌଗଳିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଯଦି ରାଜ୍ୟ ସରକାର ଏହାର ତଦନ୍ତ କରି ସ୍କୁଲର ପାରିପାର୍ଶ୍ବିକ ସ୍ଥିତି ପରଖି ଏହାର ସମସ୍ତ କାର୍ଯ୍ୟର ସମାଧାନ କରନ୍ତେ ତାହେଲେ ଏହି ସ୍କୁଲଟି ପୁଣି ତାର ପୂର୍ବାବସ୍ଥା ଫେରି ପାଆନ୍ତା ବୋଲି ପୂର୍ବତନ ଛାତ୍ରଛାତ୍ରୀ ମାନେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼