ଏମିତି କୋଚ୍ ହିଁ ଚାହୁଁଥିଲି ଯିଏ ମୋତେ ନିଜ ଟିମରେ ରଖିବ !

କୋଲକାତା(ବଡ଼ ଖବର ବ୍ୟୁରୋ): ଦେଶରେ ବର୍ତ୍ତମାନ ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । କେତେବେଳେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଉଥିବା ବେଳେ ଆଉ କେତେବେଳେ ବିଜେି ପ୍ରାର୍ଥୀ ଯାଇ ଅନ୍ୟ ଦଳରେ ସାମିଲ ହେଉଛନ୍ତି । ଏହା ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ବିଜେପିରୁ ଇସ୍ତଫା ଦେଇ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ମୋତେ କେବଳ ବେଞ୍ଚରେ ବସିବା ପସନ୍ଦ ନୁହଁ ତେଣୁ ମୁଁ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ଏହାର କାରଣ ଦର୍ଶାଇ ବାବୁଲ ସୁପ୍ରିଓ କହିଥିଲେ । ଏହା ସହ ମୁଁ ବିଜେପିରେ ନିରାଶ ଅନୁଭବ କଲି । ଦୀର୍ଘ ୭ ବର୍ଷ କଠିନ ପରିଶ୍ରମ କରିଥିଲି ।

ଏପରିକି ମୋର ବିରୋଧୀମାନେ ମଧ୍ୟ କହିବେନି କି ମୁଁ ପଶ୍ଚିମବଙ୍ଗରେ ବିଜେପି ପାଇଁ ଲଢି ନାହିଁ । କିମ୍ବା ଦଳ ପାଇଁ ମୁଁ କଠିନ ପରିଶ୍ରମ କରିନାହିଁ । ତେଣୁ ମୁଁ ଅନୁଭବ କଲି ଯେ ମୋତେ ଏକ ଦଳକୁ ଯିବା ଆବଶ୍ୟକ ଯେଉଁଠାରେ କୋଚ ମୋତେ ଦଳରେ ଚାହାଁନ୍ତି ! ଏବଂ ମୋତେ ସେ ଦଳ ପକ୍ଷରୁ ଖୋଲା ହାତରେ ସ୍ୱାଗତ କରାଯାଇଛି । ଅନ୍ୟପଟେ ବାବୁଲ ସୁପ୍ରିଓ ତୃଣମୂଳ କଂଗ୍ରେସରେ ନିଜର ଦାୟିତ୍ୱ ମଧ୍ୟ ଗ୍ରହଣ କରିସାରିଛନ୍ତି । ଏହା ପୂର୍ବରୁ ଅଗଷ୍ଟ ମାସରେ ସେ ଆସାନସୋଲର ସାଂସଦ ପଦରୁ ଇସ୍ତଫା ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ