Masthead

ଦ୍ୱିତୀୟ ବିବାହ ପଡିଲା ମହଙ୍ଗା

ବ୍ରହ୍ମପୁର(ବଡ଼ ଖବର ବ୍ୟୁରୋ): ପ୍ରଥମ ପତ୍ନୀଙ୍କୁ ଲୁଚି କରିଥିଲେ ଦ୍ୱିତୀୟ ବିବାହ । ତେବେ ଏହି ଘଟଣାରେ ଜଣେ ଯୁବକଙ୍କୁ ଛତ୍ରପୁରରୁ ଉଠାଇ ନେଇଛି ଭଦ୍ରକ ପୋଲିସ । ଯୁବକଙ୍କ ନାଁ ପିନା ସାମଲ । ତାଙ୍କୁ ଛତ୍ରପୁର ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

ସୂଚନା ଅନୁଯାୟୀ ତାଙ୍କୁ ଧରିବା ବେଳେ ପୋଲିସକୁ ନାହିଁ ନ ଥିବା ହଇରାଣ ହେବାକୁ ପଡିଥିଲା । ରାତି ସାରା ପୋଲିସ ତାଙ୍କ ଘର ବାହାରେ ଜଗି ରହିଥିଲା । ଖବର ଅନୁଯାୟୀ, ପିନା ୨୦୧୫ରେ ଭଦ୍ରକରେ ଜ୍ୟୋତ୍ସ୍ନାରାଣୀ ସାମଲଙ୍କୁ ବିବାହ କରିଥିଲେ । ପରେ ପୁଣି ସେ ଛତ୍ରପୁରରେ ଆଉ ଜଣଙ୍କୁ ବାହା ହୋଇଥିଲେ । ଦ୍ୱିତୀୟ ବିବାହ କରିବା ପରେ ଭଦ୍ରକରେ ରହୁଥିବା ପ୍ରଥମ ପତ୍ନୀ ଓ ପରିବାର ଲୋକଙ୍କ ସହିତ ଆଉ ଯେଗାଯୋଗ କରୁନଥିଲେ ।

ପିନାଙ୍କ ପ୍ରଥମ ପତ୍ନୀଙ୍କ ଅଭିଯୋଗ କ୍ରମେ ଭଦ୍ରକ ପୋଲିସ ତାଙ୍କୁ ଖୋଜାଖୋଜି କରି ଶେଷରେ ଛତ୍ରପୁରରେ ପହଞ୍ଚିଥିଲା । ପୋଲିସ ପିନା ରହୁଥିବା ଘରେ ରାତି ୧୨ଟାରେ ପହଞ୍ଚିଥିଲେ । କିନ୍ତୁ ପିନା କବାଟ ଖୋଲିନଥିଲା । ଫଳରେ ରାତିସାରା ବହୁ ବୁଝାସୁଝା କରିବା ପରେ ସକାଳ ପ୍ରାୟ ସାଢ଼େ ୮ଟା ବେଳେ ସେ କବାଟ ଫିଟାଇଥିଲେ । ତେବେ ଏହା ପରେ ତାଙ୍କୁ ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ପୋଲିସ ଛତ୍ରପୁର ଥାନାକୁ ନେଇ ଯାଇଥିଲା । ସେଠାରେ ସେମାନଙ୍କୁ ଅଟକ ରଖି ପୋଲିସ ଅଧିକ ପଚରାଉଚରା କରୁଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି