Masthead

ବୁଢା଼ମ୍ବ ରେ ଗଂଜେଇ ଭର୍ତ୍ତି ଆମ୍ବୁଲାନ୍ସ ଜବତ

କବିସୂର୍ଯ୍ୟନଗର:(ବଡ଼ ଖବର ବ୍ୟୁରୋ)ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୁଢା଼ମ୍ବ ଠାରେ ଗଂଜେଇ ଭର୍ତ୍ତି ଆମ୍ବୁଲାନ୍ସ ଜବତ । ଆମ୍ବୁଲାନ୍ସ ଭିତରେ ରହିଛି ବିପୁଳ ପରିମାଣର ଗଂଜେଇ । ପୋଲିସ ଆମ୍ବୁଲାନ୍ସଟିକୁ ଜବତ କରିବା ସହ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୨  ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି । ବୁଢା଼ମ୍ବ ଛକରେ ଗାଡି ଦୁର୍ଘଟଣାରେ ଜଣେ ଆହତ ହେବା ପରେ ସେଠାରେ ଜନ ଗହଳି ଲାଗିରହିଥିଲା ।

ଏହାର ସୁଯୋଗ ନେଇ ଦ୍ରୁତ ଗତିରେ ଆମ୍ବୁଲାନ୍ସଟି ପଳେଇବାକୁ ଉଦ୍ୟମ କରୁଥିବା ସମୟରେ ବୁଢା଼ମ୍ବ ଫାଣ୍ଡିର କାର୍ଯ୍ୟରତ କନେଷ୍ଟବଲ ପଙ୍କଜ ଗୌଡ଼ ଆମ୍ବୁଲାନ୍ସ ଟିକୁ ଅଟକାଇଥିଲେ ,   ଆମ୍ବୁଲାନ୍ସ ରେ ଗଂଜେଇ ଥିବା ଜାଣି ଆମ୍ବୁଲାନ୍ସ ସମେତ ୨ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ଥାନାକୁ ନେଇଥିଲେ । ହେଲେ ଏତେ ପରିମାଣର ଗଂଜେଇ କେଉଁଠୁ ଆସିଲା ଏବଂ ଆମ୍ବୁଲାନ୍ସ ମାଧ୍ୟମରେ କେଉଁଠାକୁ ଗଂଜେଇ ଚୋରାଚାଲାଣ କରାଯାଉ ଥିଲା , ସେସବୁର କୌଣସି ସଠିକ ସୂଚନା ମିଳି ନଥିବା ବେଳେ କବିସୂର୍ଯ୍ୟନଗର ବୁଢା଼ମ୍ବ ପୁଲିସ ଏହାର ତଦନ୍ତ ଚଳେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ 🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ