Masthead

ବୁଢା଼ମ୍ବ ରେ ଗଂଜେଇ ଭର୍ତ୍ତି ଆମ୍ବୁଲାନ୍ସ ଜବତ

କବିସୂର୍ଯ୍ୟନଗର:(ବଡ଼ ଖବର ବ୍ୟୁରୋ)ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୁଢା଼ମ୍ବ ଠାରେ ଗଂଜେଇ ଭର୍ତ୍ତି ଆମ୍ବୁଲାନ୍ସ ଜବତ । ଆମ୍ବୁଲାନ୍ସ ଭିତରେ ରହିଛି ବିପୁଳ ପରିମାଣର ଗଂଜେଇ । ପୋଲିସ ଆମ୍ବୁଲାନ୍ସଟିକୁ ଜବତ କରିବା ସହ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୨  ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି । ବୁଢା଼ମ୍ବ ଛକରେ ଗାଡି ଦୁର୍ଘଟଣାରେ ଜଣେ ଆହତ ହେବା ପରେ ସେଠାରେ ଜନ ଗହଳି ଲାଗିରହିଥିଲା ।

ଏହାର ସୁଯୋଗ ନେଇ ଦ୍ରୁତ ଗତିରେ ଆମ୍ବୁଲାନ୍ସଟି ପଳେଇବାକୁ ଉଦ୍ୟମ କରୁଥିବା ସମୟରେ ବୁଢା଼ମ୍ବ ଫାଣ୍ଡିର କାର୍ଯ୍ୟରତ କନେଷ୍ଟବଲ ପଙ୍କଜ ଗୌଡ଼ ଆମ୍ବୁଲାନ୍ସ ଟିକୁ ଅଟକାଇଥିଲେ ,   ଆମ୍ବୁଲାନ୍ସ ରେ ଗଂଜେଇ ଥିବା ଜାଣି ଆମ୍ବୁଲାନ୍ସ ସମେତ ୨ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ଥାନାକୁ ନେଇଥିଲେ । ହେଲେ ଏତେ ପରିମାଣର ଗଂଜେଇ କେଉଁଠୁ ଆସିଲା ଏବଂ ଆମ୍ବୁଲାନ୍ସ ମାଧ୍ୟମରେ କେଉଁଠାକୁ ଗଂଜେଇ ଚୋରାଚାଲାଣ କରାଯାଉ ଥିଲା , ସେସବୁର କୌଣସି ସଠିକ ସୂଚନା ମିଳି ନଥିବା ବେଳେ କବିସୂର୍ଯ୍ୟନଗର ବୁଢା଼ମ୍ବ ପୁଲିସ ଏହାର ତଦନ୍ତ ଚଳେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ