Masthead

ରାଜଧାନୀରେ ଡ୍ରେନ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ଭୁବନେଶ୍ୱର( ବଡ଼ ଖବର ବ୍ୟୁରୋ):  ରାଜଧାନୀରେ ଡ୍ରେନ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ବିଏମସି କାର୍ଯ୍ୟାଳୟରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ବିଜେପି ନେତା ଓ କର୍ମୀମାନେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ରାଜ୍ୟ ସରକାରଙ୍କ ଅବହେଳା ମନୋଭାବ ପାଇଁ ପ୍ରତିବର୍ଷ ନୀରିହ ଲୋକଙ୍କ ଜୀବନ ଯାଉଥିବା ନେଇ ଅଭିଯୋଗ କରିଛି ବିଜେପି । ତେବେ ବିଏମସି ତୁରନ୍ତ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ସହ ପୀଡିତାଙ୍କ ପରିବାରକୁ ଉପଯୁକ୍ତ ଅନୁକମ୍ପା ରାଶି ଦେବାକୁ ବିଜେପି ଦାବି କରିଛି । ସେପଟେ ଶତାଦ୍ଦୀ ନଗରର ଏକ ମୁକୁଳା ଡ୍ରେନରେ ଭାସି ଯାଇଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତଦେହ ଅନେକ ଖୋଜାଖୋଜି ପରେ ଉଦ୍ଧାର ହୋଇଛି ।

ପ୍ରାୟ ୧୮ ଘଣ୍ଡା ଧରି ଖୋଜାଖୋଜି କରିବା ପରେ ଅଗ୍ନିଶମ ବାହିନୀର ଯବାନ ଭୁବନେଶ୍ୱର ପଞ୍ଚସଖା ନଗର ନିକଟ ଡ୍ରେନରୁ ମୃତଦେହ ଉଦ୍ଧାର କରିଛି । ତେବେ ମୃତଦେହକୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରିବା ପରେ ପରିବାର ଲୋକେ ପହଞ୍ଚି ଜ୍ୟୋତି ପ୍ରକାଶଙ୍କ ମୃତଦେହ ଚିହ୍ନଟ କରିଥିଲେ । ଏହି ଘଟଣା ପରେ ଜ୍ୟୋତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି ।

ତେବେ ରିଲିଫ କୋଡ ଅନୁସାରେ ଏହି ଅନୁକମ୍ପା ରାଶି ଦିଆଯିବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ଜ୍ୟୋତି ପ୍ରକାଶ ଟ୍ୟୁସନ ଯାଉଥିବା ବେଳେ ବରମୁଣ୍ଡା ନିକଟ ଶତାଦ୍ଦି ଡ୍ରେନରେ ଭାସିଯାଇଥିଲେ । ଡ୍ରେନରେ ସ୍ରୋତ ଅଧିକା ଥିବାରୁ ସେ ସଙ୍ଗେ ସଙ୍ଗେ ଭାସି ଯାଇଥିଲେ । ତେବେ ପରେ ଖବର ପାଇ ଅଗ୍ନିସମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲା । ହେଲେ ଗତକାଲି ପତ୍ତା ମିଳିନଥିଲା । ଆଜି ସକାଳୁ ପୁଣି ଖୋଜାଖୋଜି କରିବା ପରେ ଜ୍ୟୋତି ପ୍ରକାଶଙ୍କ ମୃତଦେହ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ