Masthead

ଦଳିତଙ୍କୁ ନେଇ ରାଜନୀତି କରୁଛି କଂଗ୍ରେସ !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନି ଶପଥ ଗ୍ରହଣ କରିଛନ୍ତି । ଏହା ସହ ପଞ୍ଜାବରେ ପ୍ରଥମଥର ପାଇଁ ଦଳିତ ସମ୍ପ୍ରଦାୟର ଜଣେ ନେତା ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏପରି କରି ରାଜ୍ୟରେ ୩୩ ପ୍ରତିଶତ ଦଳିତଙ୍କୁ ନେଇ କଂଗ୍ରେସ ରାଜନୀତି କରୁଛି ବୋଲି ସ୍ପଷ୍ଟ ବାରି ହୋଇଯାଉଛି । ଏହା ମଧ୍ୟରେ ଦଳିତକୁ ନେଇ ରାଜନୀତି କରୁଥିବା ମାୟାବତୀ ଏହାକୁ ସହଜରେ ହଜମ କରିପାରି ନାହାଁନ୍ତି । ତେବେ ଦଳିତକୁ ନେଇ କଂଗ୍ରେସ ରାଜନୀତି କରିବା ଆରମ୍ଭ କରିଦେଇଛି ବୋଲି କଂଗ୍ରେସକୁ ଟାର୍ଗେଟ କରି ମାୟାବତୀ କହିଛନ୍ତି । ଏହା ସହ କେବଳ ଦଳିତଙ୍କ ଭୋଟ ନେବା ପାଇଁ କଂଗ୍ରେସ ଚନ୍ନିଙ୍କୁ କିଛି ଦିନ ପାଇଁ ମୁଖ୍ୟମନ୍ତ୍ରୀ କରିଛି ବୋଲି ସ୍ପଷ୍ଟ କରିଛନ୍ତି । କେବଳ ଏତିକି ନୁହେଁ ବରଂ ନିର୍ବାଚନର ସୁବିଧା ନେବାକୁ କଂଗ୍ରେସ ଏହି ନିଷ୍ପତ୍ତି ନେଇଛି ।

କଂଗ୍ରେସ କେବେ ବି ଦଳିତଙ୍କ ଉପରେ ବିଶ୍ୱାସ କରେ ନାହିଁ ଏହା ହିଁ ସତ୍ୟ । ସେମାନଙ୍କ ଅସୁବିଧାରେ ହିଁ କେବଳ ଦଳିତଙ୍କ କଥା ମନେପଡ଼ିଥାଏ । ତେଣୁ ପଞ୍ଜାବର ଲୋକମାନେ କଂଗ୍ରେସ ପ୍ରତି ସତର୍କ ରୁହନ୍ତୁ ବୋଲି ମାୟାବତୀ କହିଛନ୍ତି । ଅନ୍ୟପଟେ ବିଜେପିକୁ ମଧ୍ୟ ଟାର୍ଗେଟ କରିବାକୁ ମାୟାବତୀ ପଛେଇ ନାହାଁନ୍ତି । ବିଜେପିର ହଠାତ ଓବିସି ପାଇଁ ପ୍ରେମ ବାହାରିପଡ଼ିଛି । ଯଦି ବିଜେପି ଓବିସି ପାଇଁ କିଛି କରିବାକୁ ଚାହୁଁଛି ତେବେ ଜାତିର ଜନଗଣନା କାହିଁକି ହେଉ ନାହିଁ? ଚାକିରି କ୍ଷେତ୍ରରେ ଖାଲି ଥିବା ଏସସି-ଏସଟିର ପଦବୀ ଗୁଡ଼ିକରେ ଏପର୍ଯ୍ୟନ୍ତ କାହିଁକି ପୂରଣ ହୋଇନାହିଁ ? ତେଣୁ ଲୋକମାନେ ବିଜେପି ଓ କଂଗ୍ରେସ ଠାରୁ ଦୂରରେ ରୁହନ୍ତୁ ବୋଲି ମାୟାବତୀ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି