Masthead

ରାଜଧାନୀରେ ଡ୍ରେନ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ଭୁବନେଶ୍ୱର( ବଡ଼ ଖବର ବ୍ୟୁରୋ):  ରାଜଧାନୀରେ ଡ୍ରେନ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ବିଏମସି କାର୍ଯ୍ୟାଳୟରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ବିଜେପି ନେତା ଓ କର୍ମୀମାନେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ରାଜ୍ୟ ସରକାରଙ୍କ ଅବହେଳା ମନୋଭାବ ପାଇଁ ପ୍ରତିବର୍ଷ ନୀରିହ ଲୋକଙ୍କ ଜୀବନ ଯାଉଥିବା ନେଇ ଅଭିଯୋଗ କରିଛି ବିଜେପି । ତେବେ ବିଏମସି ତୁରନ୍ତ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ସହ ପୀଡିତାଙ୍କ ପରିବାରକୁ ଉପଯୁକ୍ତ ଅନୁକମ୍ପା ରାଶି ଦେବାକୁ ବିଜେପି ଦାବି କରିଛି । ସେପଟେ ଶତାଦ୍ଦୀ ନଗରର ଏକ ମୁକୁଳା ଡ୍ରେନରେ ଭାସି ଯାଇଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତଦେହ ଅନେକ ଖୋଜାଖୋଜି ପରେ ଉଦ୍ଧାର ହୋଇଛି ।

ପ୍ରାୟ ୧୮ ଘଣ୍ଡା ଧରି ଖୋଜାଖୋଜି କରିବା ପରେ ଅଗ୍ନିଶମ ବାହିନୀର ଯବାନ ଭୁବନେଶ୍ୱର ପଞ୍ଚସଖା ନଗର ନିକଟ ଡ୍ରେନରୁ ମୃତଦେହ ଉଦ୍ଧାର କରିଛି । ତେବେ ମୃତଦେହକୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରିବା ପରେ ପରିବାର ଲୋକେ ପହଞ୍ଚି ଜ୍ୟୋତି ପ୍ରକାଶଙ୍କ ମୃତଦେହ ଚିହ୍ନଟ କରିଥିଲେ । ଏହି ଘଟଣା ପରେ ଜ୍ୟୋତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି ।

ତେବେ ରିଲିଫ କୋଡ ଅନୁସାରେ ଏହି ଅନୁକମ୍ପା ରାଶି ଦିଆଯିବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ଜ୍ୟୋତି ପ୍ରକାଶ ଟ୍ୟୁସନ ଯାଉଥିବା ବେଳେ ବରମୁଣ୍ଡା ନିକଟ ଶତାଦ୍ଦି ଡ୍ରେନରେ ଭାସିଯାଇଥିଲେ । ଡ୍ରେନରେ ସ୍ରୋତ ଅଧିକା ଥିବାରୁ ସେ ସଙ୍ଗେ ସଙ୍ଗେ ଭାସି ଯାଇଥିଲେ । ତେବେ ପରେ ଖବର ପାଇ ଅଗ୍ନିସମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲା । ହେଲେ ଗତକାଲି ପତ୍ତା ମିଳିନଥିଲା । ଆଜି ସକାଳୁ ପୁଣି ଖୋଜାଖୋଜି କରିବା ପରେ ଜ୍ୟୋତି ପ୍ରକାଶଙ୍କ ମୃତଦେହ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼