Masthead

ସରକାର ଚାଷୀଙ୍କ ସହ ଅଛି: ଚରଣଜିତ ସିଂହ ଚନ୍ନି

ଚଣ୍ଡିଗଡ(ବଡ଼ ଖବର ବ୍ୟୁରୋ): ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଚରଣ ଜିତ ସିଂହ ଚନ୍ନି । ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏବେ ଆକ୍ସନ ମୋଡରେ ଚରଣଜିତ ସିଂହ ଚନ୍ନି । ସେ ତାଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ତିନି କୃଷି ଆଇନ ଫେରାଇ ନେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ଖାଲି ଏତିକି ନୁହେଁ ତାଙ୍କର ପ୍ରଥମ ଫୋକସ ପଞ୍ଜାବର ପ୍ରତିଟି ଜନସାଧାରଣ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ତାଙ୍କ ସରକାର ଚାଷୀଙ୍କ ସହ ଅଛି । ଏ ସରକାର ହେଉଛି ଗରିବମାନଙ୍କ ସରକାର । କୃଷକଙ୍କ ସମ୍ମାନ ଉପରେ କୌଣସି ଆଞ୍ଚ ଆସିବାକୁ ଦେବୁନି । ଯଦି କୃଷକ ବୁଡିବ ତେବେ ଦେଶ ବୁଡିବ । ଏପରି କହିଛନ୍ତି ଚରଣଜିତ ସିଂହ ଚନ୍ନି । ମୁଖ୍ୟମନ୍ତ୍ରୀ ହେଉ ହେଉ ଚନ୍ନି୍ କୃଷକଙ୍କ ପାଇଁ ଏକ ବଡ ପଦକ୍ଷେପ ନେଇଛନ୍ତି । ସବୁ ଦିଗରେ କୃଷକମାନେ ଯେପରି ସୁବିଧା ପାଇ ପାରିବେ ସେ ନେଇ ଏକ ବଡ ଘୋଷଣା କରିଛନ୍ତି । ପାଣି ଏବଂ ବିଦ୍ୟୁତ ବିଲ ଛାଡ୍ କରିବା ପାଇଁ ଘୋଷଣା କରିଛନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ।

ସେ କହିଛନ୍ତି ଯଦି କାହାର ବି ବିଦ୍ୟୁତ କାଟ ହୁଏ , ତେବେ ଆମେ ତାଙ୍କ ଘରକୁ ବିଦ୍ୟୁତ ପୁନଃ ସ୍ଥାପନ କରିବୁ । ଚାଷୀଙ୍କୁ ଏଣିକି ବିଦ୍ୟୁତ ବିଲ ଛାଡ କରିବା ପାଇଁ ଚନ୍ନି ଘୋଷଣା କରିଛନ୍ତି । କୃଷକ ମାନଙ୍କୁ ବିଦ୍ୟୁତ ମାଗଣାରେ ଦିଆଯିବ । ତେବେ ସେ ଆହୁରି କହିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ । କୃଷକଙ୍କ ଖୁସିରେ ଯଦି କିଛି ଆଘାତ ଆସେ ତେବେ ମୁଁ ମୋ ଗଳା ଆଗକୁ କରିଦେବି । ପଞ୍ଜାବର ଚାଷୀଙ୍କୁ ଦୁର୍ବଳ ହେବାକୁ ଦିଆଯିବ ନାହିଁ । ସେ ନେଇ ଏହି ଆଇନକୁ ଫେରାଇ ନେବା ପାଇଁ ସେ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି