Masthead

ହାଇକୋର୍ଟରେ ନିରାଶ ହେଲେ ଅଭିଷେକ ବାନାର୍ଜୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କୋଇଲା ଦୁର୍ନୀତି ଓ ମନି ଲଣ୍ଡ୍ରିଂ ମାମଲାରେ ଫସିଥିବା ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ଆଶ୍ୱସ୍ତି ମିଳିନାହିଁ । ନିକଟରେ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ପାଇଁ ନୋଟିସ ଜାରି ହୋଇଥିଲା । ତେବେ ଏହି ସମନ ଉପରେ ରିହାତିଦେଶ ଲାଗୁ କରିବାକୁ ମନା କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ତେବେ ଅଭିଷକେ ଆବେଦନ କରିଥିବା ମାମଲା ଉପରେ ତିନି ଦିନ ମଧ୍ୟ ଜବାବ ଦାଖଲ କରିବାକୁ ଇଡିକୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ଅଭିଷେକ ଓ ତାଙ୍କ ପତ୍ନୀ ଉଭୟଙ୍କୁ ଆବଶ୍ୟକ ଡକ୍ୟୁମେଣ୍ଟ ସହ ମଙ୍ଗଳବାର ଦିଲ୍ଲୀସ୍ଥିତ କାର୍ଯ୍ୟଳୟରେ ହାଜର ହେବାକୁ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ହେଲେ ସେମାନେ ତଦନ୍ତର ସାମ୍ନା କରିବାକୁ ମନା କରିଦେଇଥିଲେ।

ସୂଚନା କ୍ରମେ, କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ରୁଜୁ କରିଥିବା ଏଫଆଇଆର ଆଧାରରେ ଇଡି ଏକ ମନି ଲଣ୍ଡ୍ରିଂ ମାମଲାର ତଦନ୍ତ କରୁଛି । ତେବେ ଏହି କୋଇଲା ଚୋରାଚାଲାଣ ମାମଲାରେ ଗତ ଫେବୃଆରୀ ୨୩ରେ ସିବିଆଇ ଅଭିଶେକଙ୍କ ପତ୍ନୀ ରୁଜିରାଙ୍କୁ ତାଙ୍କ ଘରୁ ଯାଇ ଜେରା କରିଥିଲା । ପ୍ରାୟ ୧ଘଣ୍ଟା କାଳ ତାଙ୍କୁ ଜେରା କଲା ପରେ ବି ସିବିଆଇ କୋଣସି ତଥ୍ୟ ପାଇନଥିଲା । କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ପ୍ରଥମେ ପଶ୍ଚିମବଙ୍ଗର ପୁରୁଲିଆ, ବଙ୍କୁରା, ପଶ୍ଚିମବର୍ଦ୍ଧମାନ ଓ କୋଲକାତାର ୧୩ଟି ସ୍ଥାନରେ ରେଡ କରିଥିଲା । ସିବିଆଇ ଏକ ଟିମ ଗଠନ କରି ମାମଲାର ପୁରା ଯାଞ୍ଜ କରିଥିଲା । ତେବେ ପୁରା କୋଇଲା ଚାଲାଣର ମାଷ୍ଟର ପିନ ହେଉଛନ୍ତି ଅନୁପ ମାନଝୀ । ତେବେ ଘଟଣାର ଅଧିକ ତଦନ୍ତ କଲା ବେଳେ ସିବିଆଇ ଅଭିଷେକ ବାର୍ନାଜୀଙ୍କ ପତ୍ନୀ ରୁଜିରାଙ୍କ ସମ୍ପୃକ୍ତି ଥିବା ନେଇ ଜାଣିବାକୁ ପାଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ