Masthead

‘‘ମନ୍ତ୍ରୀ ଜଗନ୍ନାଥ ସାରକା ଇସ୍ତଫା ଦିଅ‘‘

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିବାଦରେ ମନ୍ତ୍ରୀ ଜଗନ୍ନାଥ ସାରକା । ଅନୁସୂଚିିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦୁର୍ନୀତିର ଲିଙ୍କ୍ ବଡ଼ ଖବର ବାହାର କରିଥିବା ବେଳେ ଏବେ ନିଜ ଅଂଚଳ ଲୋକେ ତାଙ୍କୁ ବିରୋଧ କରିଛନ୍ତି । ବିଜେପି ଓ ଆମ୍ ଆଦମୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇବା ସହ ଇସ୍ତଫା ଦାବି କରିଛି । ବଢୁଛି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଅଡୁଆ । ବିବାଦ ଘେରରେ ଛନ୍ଦି ହେଉଛନ୍ତି ମନ୍ତ୍ରୀ । ଦୁର୍ନୀତିର କଳା ସାମ୍ରାଜ୍ୟରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଲିଙ୍କ୍ର ଗୁମର ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି । ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ଖୋଦ ମନ୍ତ୍ରୀଙ୍କ ଅଂଚଳ ଲୋକେ ।

ରାୟଗଡା ବିଜେପି ଓ ଆମ ଆଦମୀ ପାର୍ଟର ନେତା ଓ କର୍ମୀମାନେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ମନ୍ତ୍ରୀ ପଦରୁ ବିଦା ନ କଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି କହିଛି ବିଜେପି । କଳା ସାମ୍ରାଜ୍ୟର ମହାଖୁଲାସା । ଖବର ପ୍ରସାରଣ ପରେ ବଡ଼ ଖବର ଆଗରେ ମୁହଁ ଖୋଲିଛନ୍ତି ଖୋଦ୍ ପ୍ରଜ୍ଞା ଗରାବଡ଼ୁଙ୍କ ସ୍ୱାମୀ ସୁଶାନ୍ତ ପାତ୍ର । ତାଙ୍କ ନାଁରେ ଆସିଥିବା ସମସ୍ତ ଅଭିଯୋଗକୁ ଖୋଲାଖୋଲି ଭାବେ ଖଣ୍ଡନ କରିଛନ୍ତି ।

ରାୟଗଡାରେ ଚାଲିଥିବା ଚୋରା ଅବକାରୀ କାରବାରକୁ ଖଣ୍ଡନ କରିଛନ୍ତି ସୁଶାନ୍ତ । ଏହି କାରନାମା ସହିତ ଥିବା ମନ୍ତ୍ରୀଙ୍କ ଲିଙ୍କକୁ ନାହିଁ ବୋଲି ସ୍ପଷ୍ଟିକରଣ ଦେଇଛନ୍ତି । କହିଛନ୍ତି ପରିବାରିକ କଳହ ସହିତ ମନ୍ତ୍ରୀଙ୍କ କୌଣସି ଲିଙ୍କ ନାହିଁ । ସାହସର ସହ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗୁମର ମହିଳା କନେଷ୍ଟବଳ ଖୋଲିବା ପରେ ବଢୁଛି ମନ୍ତ୍ରୀଙ୍କ ଇସ୍ତଫା ଦାବି । ସେପଟେ କିନ୍ତୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁଶାନ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା