Masthead

ହଜାରେରୁ ୪୪: ଘୋଷଣା ବନାମ ସତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଘୋଷଣା ହୁଏ ହଜାରେ କୋଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଡ଼ ଫଟୋ ବସେ । କିନ୍ତୁ ଆସେ ୧୧୦ କୋଟି । ଆଉ ଖର୍ଚ୍ଚ ହୁଏ ମାତ୍ର ୪୪ କୋଟି । ବିକାଶର ଏକ ବେପରୱା ଗଣିତ କେଉଁ ଉପାନ୍ତ ଅଞ୍ଚଳର ନୁହେଁ । ରାଜ୍ୟର ରାଜଧାନୀ ପ୍ରାଇମ ସିଟି, ସ୍ମାର୍ଟ ସିଟି ଭୁବନେଶ୍ୱରର । ଯେଉଁଠି ଘୋଷଣା ଓ କାମ ଭିତରେ ଏତେ ବଡ଼ ଅନ୍ତର । ଏତେ ବଡ଼ ବ୍ୟବଧାନ । ସେଠାରେ ପନ୍ଦର ବର୍ଷର ପିଲା ଡ୍ରେନରେ ଭାସିବା ଭଳି ଦୁଃଖଦ ଅଘଟଣ ହେବନି ତ ଆଉ କଣ ହେବ । ଆମ ରାଜ୍ୟରେ କେମିତି ଘୋଷଣା ହୁଏ । ଆଉ କେମିତି କାମ ନଜର ପକାଇବା ଏହି ରିପୋର୍ଟ ଉପରେ ।

ମସିହା ୨୦୧୮ । ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଜଳବନ୍ଦୀର ହିନସ୍ତା ହେଉଥିଲା ରାଜ୍ୟ ବିକାଶର ମଡେଲ ଭୁବନେଶ୍ୱର । ଲୋକଙ୍କ ଭିତରେ ଅସନ୍ତୋଷ ଥିଲା । ସେ ଅସନ୍ତୋଷକୁ ଚାପିବାକୁ ସିଏମ ଭୁବନେଶ୍ୱର ପାଇଁ ଏନାଉନ୍ସ କଲେ ହଜାରେ କୋଟି । ନବୀନ ବାବୁଙ୍କ ଏ ଘୋଷଣା ଘୋଷଣାରେ ହିଁ ରହିଗଲା । ବିଏମସିକୁ ଆସିଲା ମାତ୍ର ୧୧୦ କୋଟି । ଆଉ ଖର୍ଚ୍ଚ ହୁଏ ମାତ୍ର ୪୪ କୋଟି । ମୁଖ୍ୟମନ୍ତ୍ରୀ ଏ ସବୁ ବଡ଼ ବଡ଼ ଯୋଜନା । ବଡ଼ ବଡ଼ ଘୋଷଣା ରାଜଧାନୀକୁ ଜଳବନ୍ଦୀ ଦାଉରୁ ରାକ୍ଷା କରିବା ପାଇଁ ହୋଇଥିଲା । ହେଲେ କିଛି ଲାଗୁ ହେଲା ନାହିଁ । ଯାହାର ପରିଣାମ ପ୍ରତି ବର୍ଷ ଜଳବନ୍ଦୀ ହେଉଛି ରାଜଧାନୀ । ଖାଲି ଜଳବନ୍ଦୀ ନୁହେଁ । ମୁକୁଳା ଡ୍ରେନ ଯୋଗୁ ୬ ବର୍ଷ ଭିତରେ ନେଲାଣି ପାଞ୍ଚ ମୁଣ୍ଡ । ବିଭିନ୍ନ ସ୍ଥାନରେ ଡ୍ରେନ ମୁକୁଳା ପଡିଛି ଡ୍ରେନ । ଯାହାକୁ ନେଇ ବାରମ୍ବାର ଏଭଳି ଅଘଟଣ ଘଟୁଛି । ହେଲେ ପ୍ରଶାସନ ଏହାକୁ ଅଣଦେଖା କରି ଆସୁଛି ।

ଏଠାରେ ପ୍ରଶ୍ନ ଉଠୁଛି କୁଆଡ଼େ ଗଲା ହଜାରେ କୋଟି? କିଏ ଚଳୁ କଲା ହଜାରେ କୋଟି? ନେତା, ମନ୍ତ୍ରୀ, ବିଧାୟକ ଖାଇଗଲେ କି? ନା ବିଏମସି କମିଶନର ବାଟ ମାରଣା କଲେ? ଏହାର ଉତ୍ତର ଦେବ କିଏ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉତ୍ତର ଦେବେ କି? ପୂର୍ବତନ ମେୟର ତଥା ବର୍ତ୍ତମାନର ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉତ୍ତର ଦେବେ କି? ମନ୍ତ୍ରୀ ଅଶୋକ ପଣ୍ଡା ଏହାର ଉତ୍ତର ରଖିବେ କି? ବିଏମସି କମିଶନର ସଞ୍ଜୟ ସିଂ ଉତ୍ତର ଦେବେ କି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼