Masthead

୧ ତଳେ କୋଭିଡ ଆର ଭାଲ୍ୟୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏବେ ଲଗାତାର ଭାବେ ଦେଶରେ ସଂକ୍ରମଣ କମିବାରେ ଲାଗିଛି । ସଂକ୍ରମଣର ତୀବ୍ରତାକୁ ଦର୍ଶାଉଥିବା ଆର୍‌-ଭାଲ୍ୟୁ ଏବେ ସମଗ୍ର ଦେଶରେ ୧ ତଳେ ରହିବା । ଯାହାକି ବଡ଼ ଆଶ୍ବସ୍ତିର କାରଣ ହୋଇଛି। ଆର୍‌ ଭାଲ୍ୟୁ କମିବା ଯୋଗୁଁ ସଂକ୍ରମଣର ପ୍ରକୋପ ମଧ୍ୟ ଥମି ଯାଇଛି ଏବଂ ଆଗାମୀ ଦିନରେ କରୋନା ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବା ସମ୍ଭାବନା ରହିଛି। ଦେଶରେ ଗତ ଅଗ‌ଷ୍ଟ ମାସରେ ଆର୍‌ ଭାଲ୍ୟୁ ୧.୧୭ ଥିଲା। କିନ୍ତୁ ଚଳିତ ସେପ୍ଟେମ୍ବର ମଧ୍ୟଭାଗରେ ଏହା ୦.୯୨ ରହିଛି। ସଂକ୍ରମଣ ହାର ଏଭଳି କମିବା ଜାରି ରହିଲେ ଆଉ ତୃତୀୟ ଲହରକୁ ନେଇ ବଡ଼ ବିପଦ ଆଶଙ୍କା ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

କିନ୍ତୁ କିଛି ପ୍ରମୁଖ ସହର ତଥା ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁରେ ଆର୍‌ ଭାଲ୍ୟୁ ୧ ଉପରେ ରହିଛି। ଦିଲ୍ଲୀ ଏବଂ ପୁନେର ଆର୍‌ ଭାଲ୍ୟୁ ୧ ତଳେ ରହିଛି। ମହାରାଷ୍ଟ୍ର ଏବଂ କେରଳରେ ଆର୍‌ ଭାଲ୍ୟୁ ୧ ତଳେ ରହିବା କରୋନା ପ୍ରକୋପ ଥମି ଯାଇଥିବା ଦର୍ଶାଉଛି। ଦେଶରେ ସର୍ବାଧିକ ସଂକ୍ରମଣ ମାମଲା ଏହି ୨ଟି ରାଜ୍ୟରେ ଥିବାବେଳେ ଆର୍‌ ଭାଲ୍ୟୁ ୧ ତଳେ ରହିବା ଆଶ୍ବସ୍ତି ପ୍ରଦାନ କରିଛି।

ଅଗଷ୍ଟ ଶେଷରେ ଦେଶରେ ଆର୍‌ ଭାଲ୍ୟୁ ୧.୧୭ ଥିଲା। ସେପ୍ଟେମ୍ବର ୪-୭ରେ ଆର୍‌ ଭାଲ୍ୟୁ ୧.୧୧ କୁ କମିଥିବା ବେଳେ ଏହା ପରଠାରୁ ଆର୍‌ ଭାଲ୍ୟୁ ୧ ତଳେ ରହିଛି। ମୁମ୍ବାଇରେ ଆର୍‌ ଭାଲ୍ୟୁ ୧.୦୯ ଥିବାବେଳେ ‌ଚେନ୍ନାଇରେ ୧.୧୧ , କୋଲକାତାରେ ୧.୦୪ ଏବଂ ବେଙ୍ଗାଲୁରୁରେ ଆର୍ ଭାଲ୍ୟୁ ୧.୦୬ ରହିଛି। ମାର୍ଚ୍ଚ-ମେ ମଧ୍ୟରେ କରୋନା ବଡ଼ ବିପର୍ୟ୍ୟୟ ଆଣିଥିଲା ଏବଂ ଅନେକ ଲୋକଙ୍କ ସଂକ୍ରମଣରେ ମୃତ୍ୟୁ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼