Masthead

‘ସୁଶାନ୍ତ ସିଂ ଜଣେ ଚରିତ୍ରହୀନ କଳାକାର’

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବିହାରର ଚକଲେଟ୍ ବୟ ସୁଶାନ୍ତ ସିଂ ରାଜପୁତଙ୍କ ଜାଦୁକାରୀ ଅଭିନୟରେ ଯୁବପିଢି ଦୋହଲି ଯାଉଥିଲେ । ମାତ୍ର ତାଙ୍କର ସନ୍ଦେହଜନକ ମୃତ୍ୟୁୁ ସେମାନଙ୍କୁ ବ୍ୟଥିତ କରିଥିଲା । ଆରମ୍ଭ ହୋଇଯାଇଥିଲା ବିବାଦ । ତାଙ୍କ ଗର୍ଲ ଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରକୁ ସମସ୍ତେ ଅଙ୍ଗୁଳି ଉଠାଇଥିଲେ । ମୁମ୍ବାଇ ପୁଲିସର ତଦନ୍ତ ଅନେକଙ୍କୁ ସନ୍ତୁଷ୍ଟ କରିପାରି ନଥିଲା ।

ଆରମ୍ଭ ହୋଇଥିଲା ସିବିଆଇ ତଦନ୍ତ । ଏପରିକି ପୋଷ୍ଟମର୍ଟମ ରିପୋର୍ଟର ସତ୍ୟତା ପାଇଁ ଏମ୍ସର ଏକ ପ୍ରତିନିଧି ଦଳଙ୍କୁ ଦାୟିତ୍ୱ ଦିଆଯାଥିଲା । ସୁଶାନ୍ତଙ୍କୁ ହତ୍ୟା କରାଯାଇନାହିଁ, ସେ ଆତ୍ମହତ୍ୟା କରିଛନ୍ତି ବୋଲି ଏମ୍ସ ପ୍ରତିନିଧି ଦଳ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିବା ପରେ ସ୍ୱର ଶାଣିତ କରିଛି ଶିବସେନା ।

ସୋମବାର ପାର୍ଟି ମୁଖପତ୍ର ‘ସାମାନା’ର ସମ୍ପାଦକୀୟରେ ବଲିଉଡ ଅଭିନେତା ସୁଶାନ୍ତ ଜଣେ ଚରିତ୍ରହୀନ ବୋଲି ଉଲ୍ଲେଖ କରାଯାଇଛି । ଯେଉଁମାନେ ତାଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ କରିଥିଲେ ସେମାନଙ୍କୁ ଟାର୍ଗେଟ କରିଛି ପାର୍ଟି । ସିବିଆଇ ଅନୁସନ୍ଧାନରୁ ଜଣାପଡିଛି ଯେ ସୁଶାନ୍ତ ଜଣେ ଚରିତ୍ରହୀନ ଏବଂ ଖେଳାଳୀ କଳାକାର ଥିଲେ ବୋଲି ସମ୍ପାଦକୀୟରେ ଲେଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼