Masthead

ଧୋତିରେ ଗାନ୍ଧିଜୀ @ ୧୦୦ ବର୍ଷ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ ): ଭାରତର ଦାରିଦ୍ର୍ୟତା ଗାନ୍ଧିଜୀଙ୍କ ଜୀବନକୁ ବିଶେଷ ଭାବେ ଆନ୍ଦୋଳିତ କରିଥିଲା। ଏଥିପାଇଁ ମହାତ୍ମାଗାନ୍ଧି  ଧନସମ୍ପତିରୁ ମୋହ ତୁଟାଇ ସରଳ ଜୀବନଯାପନ କରିବାକୁ ନିଷ୍ପତି ନେଇଥିଲେ। କୋଟି କୋଟି ଦେଶବାସୀ ଦେହକୁ ସମ୍ପୂର୍ଣ୍ଣ ଢାଙ୍କିବାକୁ ପର୍ଯ୍ୟାପ୍ତ କପଡ଼ା ପାଉନଥିଲେ। ଗରିବ ଭାରତୀୟ ବାସୀଙ୍କ ପାଇଁ ତାଙ୍କ ହୃଦୟରେ ଅଶେଷ ମମତା ଥିଲା। ଏପରିକି ନିଜକୁ ଦରିଦ୍ର ନାରାୟଣଙ୍କ ଉପାସକ ବୋଲି ଘୋଷଣା କରିଥିଲେ। ସେହି ଦରିଦ୍ର ନାରାୟଣଙ୍କ ଠାରୁ ଗାନ୍ଧିଜୀ ଧୋତି ପିନ୍ଧିବାର ପ୍ରେରଣା ପାଇଥିଲେ। ଯାହାଫଳରେ ମାଡ୍ରାସ ଗସ୍ତରେ ଯାଇଥିବା ଗାନ୍ଧି ୨୨ ସେପ୍ଟେମ୍ବର ୧୯୨୧ରେ ମାଡ୍ରାସ ମଦୁରାଇର ଏକ ସାଧାରଣ ସଭାରେ ‘ଖଟି ଖାଇ କାଟି ପିନ୍ଧ’ର ଆହ୍ବାନ ଦେଇଥିଲେ। ପ୍ରଥମକରି ସେ ସେଦିନ ନିଜେ ଧୋତି ତିଆରି କରିଥିଲେ। ଯାହା ଆଜିର ଦିନକୁ ୧୦୦ ବର୍ଷ ପୁରିଛି। ଏହି ଆହ୍ବାନ ଭିତରେ ଗାନ୍ଧିଙ୍କର ଗଭିର ଚିନ୍ତନ ଥିଲା। କାହିଁକି ନା ଭାରତର ଦାରିଦ୍ର୍ୟ ପଛରେ ଥିବା ରହସ୍ୟକୁ ସେ ବୁଝିଥିଲେ।

ଏହି ଶହେ ବର୍ଷ ଭିତରେ ଦେଶ ବହୁତ ବଦଳି ସାରିଛି। ମନୁଷ୍ୟର ଚିନ୍ତାଚେତନାରେ ମଧ୍ୟ ଅନେକ ପରିବର୍ତ୍ତନ ଘଟିଛି। କେତେକ କ୍ଷେତ୍ରରେ ଆଶାଠୁ ଅଧିକ ଉନ୍ନତି ହୋଇଛି। କିନ୍ତୁ ଆମମାନଙ୍କ ଭିତରେ ଗାନ୍ଧିଙ୍କ ଅସଲ ମୂଲ୍ୟବୋଧ ଟିକକ କମିକମି ଚାଲିଛି। ଏହା ହିଁ ସବୁଠୁ ବଡ଼ ବିଡ଼ମ୍ବନା। ବାହ୍ୟାଡମ୍ବର ଓ ଦେଖାଇ ହେବାର ପ୍ରବୃତ୍ତି ସମାଜରେ ଏବେ ମଧ୍ୟ ରହିଛି। ଗାନ୍ଧିଙ୍କର ସେହି ଚିନ୍ତନକୁ ଉଜ୍ଜୀବିତ କରିବାପାଇଁ  ଅବହେଳିତ, ନିଷ୍ପେଷିତ, ବଞ୍ଚିତ ମନୁଷ୍ୟମାନଙ୍କ ଦୁଃଖଦୁର୍ଦ୍ଦଶାରେ ସହଭାଗୀ ଓ ସମ୍ବେଦନଶୀଳ ହେବା ପ୍ରତ୍ୟେକ ଗାନ୍ଧି-ପ୍ରେମୀଙ୍କର ଲକ୍ଷ୍ୟ ହେବା ଉଚିତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ