Masthead

ସ୍ୱାସ୍ଥ୍ୟକାର୍ଡ ବନାମ୍ ସରଜମିନ ସତ

ଲହୁଣୀପଡ଼ା(ବଡ଼ ଖବର ବ୍ୟୁରୋ): ସ୍ୱାସ୍ଥ୍ୟକାର୍ଡ ବନାମ୍ ସରଜମିନ ସତ। ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର। ଗୋଟିଏ ପଟେ ସ୍ମାର୍ଟକାର୍ଡ ଅନ୍ୟପଟେ ମିଳୁନି ସ୍ୱାସ୍ଥ୍ୟସେବା। କାର୍ଡ ଦେଉଛନ୍ତି ସତ କିନ୍ତୁ ସେବା ନାହିଁ । ଟଙ୍କା ଅଭାବରୁ ମିଳୁନି ଚିକିତ୍ସା । ଗାଁକୁ ପହଞ୍ଚିପାରୁନି ଆମ୍ବୁଲାନ୍ସ। ରୋଗୀ ମଲାପରେ ଦିଆଯାଉଛି ହେଲଥ୍ କ୍ୟାମ୍ପ । ଘଟଣା ଘଟିଛି ସୁନ୍ଦରଗଡ଼ ଲହୁଣୀପଡ଼ା ବ୍ଲକ ଶସ୍ୟକଳା ଗ୍ରାମପଞ୍ଚାୟତର ଡ଼ମାଳ ସ୍କୁଲ ବସ୍ତିରେ। ଚିକିତ୍ସା ଅଭାବରୁ ଆଖି ବୁଜିଲେ ୨ କୋମଳମତି ଶିଶୁ। ଡାକ୍ତରଖାନାରେ ୨ ବର୍ଷର ଶିଶୁ ସହ ମା’ ଗୁୁରୁତର ଅବସ୍ଥାରେ ଚିକିତ୍ସିତ।

ଅଜଣା ରୋଗ ବ୍ୟାପିଲା। ଆଉ ନେଇଗଲା ୨ ନୀରିହ ଶିଶୁଙ୍କ ଜୀବନ। ଅଶୋକ ତୁରୀଙ୍କ ପତ୍ନୀ ଇନ୍ଦୁ ତୁରୀଙ୍କ ୩ ପିଲା ଅଜଣା ରୋଗରେ ପୀଡ଼ିତ ହୋଇଥିଲେ। ଚିକିତ୍ସା ଅବହେଳାରୁ ୨ ପିଲାଙ୍କ ମୃତ୍ୟୁ ହେଲା। ତଥାପି ପ୍ରଶାସନର ନିଦ ଭାଙ୍ଗିଲା ନାହିଁ । ବାରମ୍ବାର ଖବର ପ୍ରସାରଣ ପରେ ଗାଁରେ ଲାଗିଲା ସ୍ୱାସ୍ଥ୍ୟ କ୍ୟାମ୍ପ। ଗାଁର ଲୋକମାନଙ୍କର ମ୍ୟାଲେରିଆ, କରୋନା, ଡ଼େଙ୍କୁ ଜ୍ୱରର ଚିକିତ୍ସା ଚାଲିଛି।

ଦୀର୍ଘ ୨୧ ବର୍ଷର ସରକାର। ବୁଲିବୁଲି ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟକାର୍ଡ଼ । ରାଜ୍ୟର ସାଢେ ୪ କୋଟି ଓଡିଆଙ୍କ ମଧ୍ୟରୁ ଜଣେ କେହିବି ସ୍ୱାସ୍ଥ୍ୟସେବାରୁ ଯେପରି ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନ ହୁଅନ୍ତି, ତାହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ନାରା। କିନ୍ତୁ ଲହୁଣିପଡ଼ାର ଏହି ଘଟଣା ରାଜ୍ୟର ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ପଦାରେ ପକାଇଛି। ଏତେ ପରେ ବି ଆମେ କହିବା ନମ୍ବର ୱାନ୍ ?

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ