Masthead

କମଲା ହାରିସଙ୍କୁ ସାକ୍ଷାତ କରିବେ ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ପ୍ରଧାନମନ୍ତ୍ରୀ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିବେ। ପରେ ଆପଲ୍ ଭଳି ୫ଟି ବଡ଼ ବଡ଼ କମ୍ପାନୀର ସି.ଇ.ଓ.ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେବେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ବାଇଡେନ ରାଷ୍ଟ୍ରପତି ହେବାପରେ ପ୍ରଥମ ଥର ସାକ୍ଷତ ହେବ ମୋଦିଙ୍କ ସହ । ଏହା ସହ କ୍ବାର୍ଡ୍ ଦେଶ ରାଷ୍ଟ୍ରମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା କରିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ ଓ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ତେବେ ୨ ଶୀର୍ଷ ନେତାଙ୍କ ସାକ୍ଷାତକାର ଉପରେ ବିଶ୍ବର ନଜର ରହିଛି। ପ୍ରତିରକ୍ଷା, ବାଣିଜ୍ୟ, ଭାରତୀୟଙ୍କୁ ଭିସା ପ୍ରସଙ୍ଗ ବ୍ୟତୀତ ଅନ୍ୟ ବହୁ ପ୍ରସଂଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ। ତେବେ ଆଫଗାନସ୍ତାନରେ ତାଲିବାନ ସରକାର ଗଠନକୁ ନେଇ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇପାରେ। ସେହିଦିନ କ୍ବାର୍ଡ ଦେଶର ରାଷ୍ଟ୍ରମୁଖ୍ୟଙ୍କ ବୈଠକ ହେବ। ଏଥିରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଓ ଭାରତର ରାଷ୍ଟ୍ରମୁଖ୍ୟ ଯୋଗ ଦେଇ ଚୀନ୍ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ।

ସେହି ଦିନ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ୱାସିଂଟନରୁ ବାହାରି ନ୍ୟୁୟର୍କ ଯିବେ। ୨୫ ତାରିଖରେ ମିଳିତ ଜାତିସଂଘରେ ସମ୍ବୋଧନ କରିବେ। ଏଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଧ୍ୟ ଯୋଗଦେବେ। ନରେନ୍ଦ୍ର ମୋଦୀଙ୍କ ପୂର୍ବରୁ ଇମ୍ରାନ ଖାନ ମିଳିତ ଜାତିସଂଘରେ ଉଦବୋଧନ ଦେବେ। ଇମ୍ରାନ ଖାନ୍ ନିଶ୍ଚିତ ଭାବେ କାଶ୍ମୀର ଓ ଆଫଗାନିସ୍ତାନରେ କ୍ଷମତା ଅକ୍ତିଆର କରିଥିବା ତାଲିବାନ ସରକାର ବାବଦରେ ଯୁକ୍ତି ରଖିବେ। କିନ୍ତୁ ପ୍ରଧାନମନ୍ତ୍ରୀ ଏହି ପ୍ରସଂଗକୁ ନେଇ କଣ କହିବେ, ତାହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେବ। ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀ ଫେରିବେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି