ଶ୍ରମଜୀବୀଙ୍କୁ ମିଳିବ ନ୍ୟାୟ: ଗଣେଶ ରାମ ଖୁଣ୍ଟିଆ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ‘ବଡ଼ ଖବର’ର ବଡ଼ ପ୍ରଭାବ । ରାୟଗଡ଼ା ଶ୍ରମ ବିଭାଗର କେଳେଙ୍କାରୀଙ୍କୁ ନେଇ ମନ୍ତ୍ରୀଙ୍କ ବୟାନ । ଶ୍ରମଜୀବୀଙ୍କୁ ନ୍ୟାୟ ମିଳିବ କହିଲେ ଶ୍ରମମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । କେଳେଙ୍କାରୀରେ ଯିଏ ସମ୍ପୃକ୍ତ ତାଙ୍କ ବିରୋଧରେ ନିଆଯିବ ଆକ୍ସନ । ବିଭାଗୀୟ ଅଧିକାରୀଙ୍କ ସହ କରାଯିବ ଆଲୋଚନା । ଘଟଣାକୁ ନେଇ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଗଣେଶ ରାମ ଖୁଣ୍ଟିଆ । ରାୟଗଡ଼ା ଶ୍ରମ ବିଭାଗର ଶ୍ରମିକଙ୍କୁ ମୃତ ଦର୍ଶାଇ ଉଠାଇ ଯାଇଛି କୋଟି କୋଟି ଟଙ୍କା । ଟଙ୍କା ଉଠାଇବା ବେଳେ ଜାଲ ମୃତ୍ୟୁ ପ୍ରମାଣ ଦିଆଯାଇଛି ।

କେଳେଙ୍କାରୀ ପଛରେ ଶ୍ରମ ଅଧିକାରୀ ଜସ୍ମିନ ସାହୁଙ୍କ ହାତ ଥିବା ଜଣା ପଡ଼ିଛି । ଗତକାଲି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ଶ୍ରମିକ । ହଡପ କରାଯାଇଥିବା ଟଙ୍କାଙ୍କୁ ଫେରାଇବା ପାଇଁ ଦାବି କରିଥିଲେ । ନିର୍ମାଣ ଶ୍ରମିକଙ୍କ ମରଣାନ୍ତର ସହାୟତା ପାଇଁ କୋଟିକୋଟି ଟଙ୍କା ଆତ୍ମସାତ ହୋଇଛି । ଚଞ୍ଚକତାର ସହ କରାଯାଇଛି ସମସ୍ତ ପ୍ରକ୍ରୀୟା । ଜିଲାର ଚନ୍ଦ୍ରପୁର ଏବଂ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଦୁଇଜଣ ବ୍ୟକ୍ତିଙ୍କ ନକଲି ମୃତ୍ୟୁ ପ୍ରମାଣ ପତ୍ର ଦାଖଲ କରି ଟଙ୍କା ଚଳୁ କରଯାଇଛି ।

ସେହିପରି ଆନ୍ଧ୍ର ପ୍ରଦେଶରେ ମୃତ ଶ୍ରମିକଙ୍କୁ ୧ବର୍ଷ ପରେ ପୁଣି ମୃତ ଦର୍ଶାଇ ଟଙ୍କା ଆତ୍ମସାତ କରଯାଇଛି । ସବୁଠାରୁ ବିସ୍ମୟ ଓ ବିଡମ୍ବନାର କଥା ଯେ ଗୋଟିଏ ମୋବାଇଲ ନମ୍ବରରେ ପଞ୍ଜିକୃତ ୩୦ରୁ ଉଦ୍ଧ୍ୱର୍ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟକୁ ଏକାଧିକ ଥର ଟଙ୍କା ଦେଇ ଯୋଜନା ଭିତ୍ତିକ ରୂପେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସହାୟତା ରାଶିକୁ ବାଟ ମାରଣା କରିଚାଲିଛନ୍ତି । ତେବେ କାର୍ଯ୍ୟାଳୟର ଯେଉଁ ଅଧିକାରିଣୀ ଏହାର ତଦାରଖ କରିବା କଥା ନିଜେ ସମ୍ପୃକ୍ତ ଅଧିକାରିଣୀ ଜସ୍ମିନ ଶୁଭଦର୍ଶିନୀ ସାହୁ ତମାମ ଘଟଣାକୁ ଭିଆଇଛନ୍ତି । ଦୁର୍ନୀତିଗ୍ରସ୍ତ ସରକାରଙ୍କ ଛତ୍ରଛାୟାରେ ରହି ଚାଲିଥିବା ଏହି କଳା କାରନାମାର ଗୁମର ଧିରେଧିରେ ଫିଟିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ