Masthead

ତାଲିବାନ ସରକାରକୁ ମିଳିବନି ଆନ୍ତର୍ଜାତୀୟ ସମୂହର ମାନ୍ୟତା

ନୂୂଆଦିଲ୍ଲୀ(ବଡ଼ ଖବର ବ୍ୟରୋ) :   ଆଫଗାନିସ୍ତାନକୁ ଜବରଦଖଲ କରିଥିବା ତାଲିବାନ ସରକାରକୁ ମାନ୍ୟତା ଦେବେନି ଆନ୍ତର୍ଜାତୀୟ ସମୂହ । ତାଲିବାନ ବନ୍ଧୁକ ମୁନରେ ଆଫଗାନିସ୍ତାନରେ ନିଜ ସରକାର ଗଢିଛି ସତ ହେଲେ ଆନ୍ତର୍ଜାତୀୟ ସମୂହର ଦାବି ମୁତାବକ ତାଲିବାନ ସରକାର ଗଠନ କରିବାରେ ବିଫଳ ହୋଇଛି । ଏଥିସହ କୌଣସି ବାହ୍ୟ ରାଷ୍ଟ୍ର ଯେପରି ଆଫଗାନର ତାଲିବାନୀ ସରକାରରେ ହସ୍ତକ୍ଷେପ ନ କରିବେ, ତା’ର ବ୍ୟବସ୍ଥା କରିବାକୁ କୁହାଯାଇଥିଲା । ତେବେ ତାଲିବାନ ଅନ୍ତର୍ଭୁକ୍ତ ସରକାର ଗଠନ କରିବ ବୋଲି ପ୍ରତିଶୃତି ଦେଇଥିଲା ।

ହେଲେ ଏଥିରେ ସଂଗଠନ ବିଫଳ ହୋଇଥିବାରୁ ଆନ୍ତର୍ଜାତୀୟ ସମୂହ ତାଲିବାନୀ ସରକାରକୁ ମାନ୍ୟତା ଦେବାକୁ ମନା କରିଦେଇଛି । ସୂଚନା ଅନୁସାରେ, ବଳପୂର୍ବକ ଭାବେ କ୍ଷମତାକୁ ଆସିଥିବା କୌଣସି ପକ୍ଷକୁ କେବେ ହେଲେ ଆନ୍ତର୍ଜାତୀୟ ସମୂହ କୌଣସି ମାନ୍ୟତା ଦେବନି । ତାଲିବାନ ଅନ୍ତର୍ଭୁକ୍ତ ସରକାର ଗଠନ କରିବାକୁ ପ୍ରତିଶୃତି ଦେଇଥିଲା ହେଲେ ତାହା ମଧ୍ୟ ପୂରଣ ହୋଇନି । ସେପଟେ ପାକିସ୍ତାନ ସରକାର ଗଠନ ପ୍ରକ୍ରିୟାରେ ହସ୍ତକ୍ଷେପ କରିଛି । ସରକାର ଗଠନ ବେଳେ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟ କାବୁଲରେ ଥିଲେ । ତେବେ ତାଙ୍କ ହସ୍ତକ୍ଷେପରେ ସରକାର ଗଠନ ହୋଇଛି । ତାଲିବାନୀ ଗଢିଥିବା ସରକାରରେ ୧୪ ଜଣ ଆତଙ୍କବାଦୀ ତାଲିକାରେ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା