Masthead

ଭାଙ୍ଗିପଡିଛନ୍ତି ଶେହନାଜ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଟିଭିର ପପୁଲାର ଆକ୍ଟର ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ପରେ ଭାଙ୍ଗି ପଡିଛନ୍ତି ତାଙ୍କ ଫ୍ୟାନ୍ସ । ଶୁସାନ୍ତ ସିଂଙ୍କ ପରେ ବଲିଉଡରେ ପୁଣି ଏକ ଝଡ ଦେଖାଦେଲା ବୋଲି ଅନେକ କହୁଛନ୍ତି । ସିଦ୍ଧାର୍ଥଙ୍କ ମୃତ୍ୟୁକୁ ତିନି ସପ୍ତାହରୁ ଅଧିକ ବିତିଗଲାଣି କିନ୍ତୁ ଏବେ ବି ଦୁଃଖ ଭିତରୁ ବାହାରି ପରି ନାହାନ୍ତି ତାଙ୍କର ଅନେକ ଫ୍ୟାନ୍ସ । ସେଥିମଧ୍ୟରେ ସିଦ୍ଧାର୍ଥଙ୍କ ବନ୍ଧୁ ଶେହେନାଜ ଗିଲ୍ ମଧ୍ୟ ସାମିଲ ଅଛନ୍ତି । ସିଦ୍ଧାର୍ଥଙ୍କ ଦେହାନ୍ତ ପରେ ଭାଙ୍ଗି ପଡିଛନ୍ତି ସେହେନାଜ୍ । ନା କୌଣସି ସୋସିଆଲ ମିଡିଆ ପୋଷ୍ଟ ନା କୌଣସି ରିଆକ୍ସନ କିଛି ବି ଦେଖିବାକୁ ମିଳୁନି ଶେହେନାଜଙ୍କର । ତାଙ୍କର ଅନେକ ଗୁଡିଏ ସୁଟିଂ ମଧ୍ୟ ଅଧାରେ ରହି ଯାଇଛି । କିନ୍ତୁ ଆଶା କରାଯାଉଛି ଯେ ଶେହେନାଜ ଖୁବଶୀଘ୍ର ତାଙ୍କର ଅଧା ରହିଥିବା ସୁଟିଂକୁ ଫେରିବେ ।

କହିବାକୁ ଗଲେ ଶେହେନାଲ ଗିଲ୍ ଏକ ପଞ୍ଜାବୀ ଚଳଚିତ୍ର ‘ହୌସଲା ରଖ’ ରେ ସାଇନ୍ କରିଛନ୍ତି । ଯେଉଁଥିରେ କି ସେ ଅଭିନେତା ତଥା ସିଙ୍ଗର ଦିଲଜିତଙ୍କ ସହ ସ୍କ୍ରିନ୍ ସେୟାର କରିବେ । ଫିଲ୍ମର ପ୍ରୋମୋସନାଲ ସଙ୍ଗ ନିକଟରେ ସୁଟିଂ ହେବାର ଥିଲା । କିନ୍ତୁ ସିଦ୍ଧାର୍ଥଙ୍କ ଡେଥ୍ ପରେ ଶେହନାଜ୍ଙ୍କ ଅବସ୍ଥା ଦେଖି ଫିଲ୍ମର ନିର୍ମାତା ମାନେ ଏହାକୁ ସ୍ଥଗିତ କରିଥିଲେ । ନିକଟରେ ଏକ ସାକ୍ଷାତକାରରେ ଫିଲ୍ମର ନିର୍ମାତା ଦିଲଜିତ୍ କହିଛନ୍ତି ଯେ ବର୍ତ୍ତମାନ ସେମାନେ କେବଳ ଶେହନାଜଙ୍କ ସୁସ୍ଥ ହେବାକୁ ଅପେକ୍ଷା କରି ରହିଛନ୍ତି । ଶେହେନାଜ୍ ଠିକ୍ ହେବା ପରେ ହିଁ ସୁଟିଂ ଆରମ୍ଭ ହେବ । ତେବେ ସିଦ୍ଧାର୍ଥଙ୍କ ଡେଥ୍ ପରେ ସିଡନାଜଙ୍କର ଅନେକ ଫ୍ୟାନ୍ସ ଶେହେନାଜଙ୍କୁ ସୋସିଆଲ ମିଡିଆ ଜରିଆରେ ସାନ୍ତ୍ୱନା ଦେଉଛନ୍ତି । ଆହୁରି ଅନେକ ଫ୍ୟାନ୍ସ କହୁଛନ୍ତି ଯେ ତୁମେ ଆଗକୁ ବଢ ଆମ ତୁମ ସହିତ ରହିଛୁ । ତେବେ ଶେହେନାଜ ଗିଲ୍ କେବେ ପୁଣି ଥରେ ନିଜ ପୂର୍ବ ଅବସ୍ଥାକୁ ଫେରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ବିଗ୍ ବସ୍ ସିଜିନ୍ ୧୩ ପରେ ସବୁଠି ସିଦ୍ଧାର୍ଥ ସୁକ୍ଲା ଓ ଶେହେନାଜ ଗିଲଙ୍କ ଫ୍ରେଣ୍ଡସିପ୍ କୁ ନେଇ ଚର୍ଚ୍ଚା ହେଉଥିଲା । ଦୁହିଁଙ୍କ ବଣ୍ଡିଂ ଏତେ ଖାସ୍ ଥିଲା ଯେ ସୋସିଆଲ ମିଡିଆରେ ଦୁହିଁଙ୍କର ଅନେକ ଫ୍ୟାନ୍ ଫଲୋଇଙ୍ଗ ଦେଖିବାକୁ ମିଳୁଥିଲେ । କିଛି ଭିଡିଓ ସଙ୍ଗରେ ବି ଉଭୟ ଏକାଠି ନଜର ଆସିଛନ୍ତି । ତେବେ ସିଦ୍ଧାର୍ଥଙ୍କ ଡେଥ୍ ପରେ ପୁଣି କେବେ ଶେହେନାଜ ସ୍କ୍ରିନ୍ କୁ ଫେରିବେ ତାକୁ ନେଇ ଏବେ ଅପେକ୍ଷାରେ ରହିଛନ୍ତି ଦର୍ଶକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି